ରିପୋର୍ଟ କାର୍ଡ / ଭୁବନେଶ୍ଵର
ପ୍ରଶାସକ ସ୍ତରରେ ଅଦଳବଦଳ ହୋଇଛି। ବରିଷ୍ଠ ପ୍ରଶାସକ ମନୀଷ ଅଗ୍ରଓ୍ୱାଲଙ୍କୁ ସମବାୟ ବିଭାଗର ରେଜିଷ୍ଟ୍ରାର ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ବଦଳିଲେ ମାଲକାନଗିରି ଜିଲ୍ଲାପାଳ । ପ୍ରଥମେଶ ଅରବିନ୍ଦଙ୍କୁ ଦାୟିତ୍ବ ଦିଆଯାଇଛି । କ୍ଷୁଦ୍ର ଶିଳ୍ପ ନିଗମ ଏମ୍ଡି ହେଲେ ସ୍ମୃତିରଞ୍ଜନ ପ୍ରଧାନ । ସିଦ୍ଧାର୍ଥ ଦାସ ମତ୍ସ୍ୟ ସଂପଦ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ଶିକ୍ଷକ ଶିକ୍ଷା ଓ ତାଲିମ ବିଭାଗ (TE & SCERT)ର ନିର୍ଦ୍ଦେଶକ ହେଲେ ମଧୁସ୍ମିତା ସାହୁ । ଉପମା କାଲୋଙ୍କୁ ସମ୍ବଲପୁର ଆରଡିସି ଅତିରିକ୍ତ ଦାୟିତ୍ବ ଦିଆଯାଇଛି।ଅନ୍ୟପଟେ ସ୍ତତନ୍ତ ଓ ବୟନଶିଳ୍ପର ନିର୍ଦ୍ଦେଶକ ହେଲେ ସୋମେଶ ଉପାଧ୍ୟାୟ । ଲିଲି କୁମାରୀ କୁଲୁ ହେଲେ ପବ୍ଲିକ ଏଣ୍ଟରପ୍ରାଇଜର ଅତିରିକ୍ତ ସଚିବ ।ଏନେଇ ଆଜି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି |






More Stories
୪୦୦ ନିୟୁତ ତୈଳ ପଠାଇବ ଆଇଇଏ…..
ହେବନି ବିଦ୍ୟୁତ୍ କାଟ…..
ଭୁବନେଶ୍ବର ନ ଛାଡିବାକୁ ବିଧାୟକଙ୍କୁ ନିର୍ଦ୍ଦେଶ….