ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ବିଦ୍ୟାଳୟଗୁଡ଼ିକରେ ଏପ୍ରିଲ ୨ରେ ଶିଶୁବାଟିକା ପିଲାଙ୍କ ପାଇଁ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆ କାର୍ଯ୍ୟକ୍ରମ କରାଯିବ। ଏହି କାର୍ଯ୍ୟକ୍ରମରେ ଶିଶୁଙ୍କ ସହ ଅଭିଭାବକ, ନିର୍ବାଚିତ ପ୍ରତିନିଧି, ଅଧିକାରୀ ଏବଂ ସାମାଜିକ ସଙ୍ଗଠନ କର୍ମକର୍ତ୍ତାମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ବିଭାଗ ପକ୍ଷରୁ ନିମନ୍ତ୍ରଣପତ୍ର ବାଣ୍ଟିବା ସହ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା)ର ପ୍ରକଳ୍ପ ନିର୍ଦ୍ଦେଶକ ଅନନ୍ୟା ଦାସ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଏପ୍ରିଲ ୬, ୭ ଓ ୮ରେ ବିଦ୍ୟାଳୟସ୍ତରରେ ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କୁ ନେଇ କାର୍ଯ୍ୟକ୍ରମ କରାଯିବ।ଏନେଇ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣପତ୍ର ୧୭ରୁ ୧୯ ତାରିଖ ମଧ୍ୟରେ ଶିଶୁବାଟିକାରେ ଯୋଗଦେବାକୁ ଥିବା ଶିଶୁଙ୍କ ପରିବାରକୁ ବଣ୍ଟନ କରାଯିବ। ଶିଶୁବାଟିକା ଓ ପ୍ରଥମ ଶ୍ରେଣୀକୁ ପ୍ରବେଶ କରୁଥିବା ଶିଶୁଙ୍କ ତାଲିକା ପ୍ରସ୍ତୁତି ସହ ନିମନ୍ତ୍ରଣପତ୍ର ବଣ୍ଟନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ପ୍ରତି ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପ୍ରିଲ ୨ରେ ଶିକ୍ଷା ସଚେତନତା ରଥ ବୁଲିବ। ଆସ ସ୍କୁଲଯିବା ୨.୦ ଅଭିଯାନ ଅନୁସାରେ ଡ୍ରପ୍ଆଉଟ୍ ଏବଂ ସ୍କୁଲ ଯାଉ ନ ଥିବା ଶିଶୁଙ୍କୁ ବିଦ୍ୟାଳୟକୁ ଅଣାଯିବ।






More Stories
ବାଲିଘାଟ ଜଗିବ ଓଡ଼ିଶା ଶିଳ୍ପ ସୁରକ୍ଷା ବଳ…..
ଅଗ୍ନିଶମ ବିଭାଗରେ ନିଯୁକ୍ତି ହେବେ ମହିଳା…..
ଆଜି ସିଇସିଙ୍କ ବିରୋଧରେ ଆଗତ ହେବ ଅନାସ୍ଥା ନୋଟିସ…..