ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୨୦୨୯ ସାଧାରଣ ନିର୍ବାଚନରେ ବିଧାନସଭାରେ ମହିଳାଙ୍କ ପାଇଁ ସଂରକ୍ଷଣ ଲାଗୁ କରିବା ଏବଂ ଲୋକସଭାର ଆସନ ସଂଖ୍ୟା ବୃଦ୍ଧି କରିବା ପାଇଁ ଏକ ସମ୍ବିଧାନ ସଂଶୋଧନ ବିଲ୍ ଶୁକ୍ରବାର (୧୭ ଏପ୍ରିଲ୍ ୨୦୨୬) ନିମ୍ନ ସଦନରେ ପରାଜିତ ହୋଇଛି। ୨୯୮ ସଦସ୍ୟ ବିଲ୍ ସମର୍ଥନରେ ଭୋଟ ଦେଇଥିବା ବେଳେ ୨୩୦ ସାଂସଦ ଏହା ବିରୁଦ୍ଧରେ ଭୋଟ ଦେଇଥିଲେ। ଆବଶ୍ୟକ ଦୁଇ-ତୃତୀୟାଂଶ ବହୁମତ ହାସଲ ନକରି ବିଲ୍ କାଟ ହୋଇଛି। ବିଲ୍ ପରାଜୟ ଉପରେ ନିରାଶା ପ୍ରକାଶ କରି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି ଯେ, ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଉପରେ ସହମତି ପାଇଁ ଏହା ଏକ ହଜିଯାଇଥିବା ସୁଯୋଗ। ବିତର୍କରେ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ସୀମା ନିର୍ଦ୍ଧାରଣ ମାଧ୍ୟମରେ ଭୋଟର ଏବଂ ସାଂସଦଙ୍କ ଅନୁପାତରେ ଅସନ୍ତୁଳନକୁ ସଂଶୋଧନ କରାଯାଇପାରିବ। କଂଗ୍ରେସ କ୍ଷମତାରେ ଥିବା ସମୟରେ ଲୋକମାନଙ୍କୁ ସୀମା ନିର୍ଦ୍ଧାରଣରୁ ବଞ୍ଚିତ କରିଥିଲା ଏବଂ ଏବେ ବି ସେହିପରି କରୁଛି ବୋଲି ସେ କହିଛନ୍ତି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ସମ୍ବିଧାନ ସଂଶୋଧନ ବିଲ୍ ର ମହିଳା ସଂରକ୍ଷଣ ସହ କୌଣସି ସମ୍ପର୍କ ନାହିଁ। ବରଂ ଏହା ଦକ୍ଷିଣ, ଉତ୍ତର-ପୂର୍ବ ଏବଂ ଛୋଟ ରାଜ୍ୟଗୁଡ଼ିକରୁ ପ୍ରତିନିଧିତ୍ୱ ହଟାଇ ଦେଶର ନିର୍ବାଚନୀ ମାନଚିତ୍ରକୁ ପରିବର୍ତ୍ତନ କରିବା ପାଇଁ ସରକାରଙ୍କ ଏକ ପ୍ରୟାସ। ଯାହା ଦେଶ ବିରୋଧୀ କାର୍ଯ୍ୟଠାରୁ କମ୍ ନୁହେଁ ବୋଲି ସେ କହିଛନ୍ତି। ଶନିବାର (୧୮ ଏପ୍ରିଲ, ୨୦୨୬) ଆଜି ପୁଣି ଥରେ ବୈଠକ ଆରମ୍ଭ ହେବ।






More Stories
ଚାରିଧାମ ଯାତ୍ରା ପାଇଁ ପଞ୍ଜିକରଣ ଆରମ୍ଭ….
କମିବ ଗ୍ୟାସ,ସିଲିଣ୍ଡର ଦର…..
ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ…..