ରିପୋର୍ଟ କାର୍ଡ / ଭୁବନେଶ୍ୱର
ଡେଲିଭରି ବୟ ତାପସ କୁମାର ବେହେରାଙ୍କୁ ଛୁରାମାଡ଼ କରି ଲୁଟ୍ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଖଣ୍ଡଗିରି ଥାନା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛି ଲିଙ୍ଗରାଜ ଥାନା ଅଞ୍ଚଳର ରାହୁଲ ବେହେରା। ଅଭିଯୋଗକାରୀ ତାପସ ଏକ ସଂସ୍ଥାରେ ଡେଲିଭରି ପାର୍ଟନର ଭାବେ କାମ କରନ୍ତି। ଗତ ୪ ତାରିଖ ବିଳମ୍ବିତ ରାତିରେ ଜାଗମରାରୁ ଗଣ୍ଡମୁଣ୍ଡା ଅଭିମୁଖେ ଏକ ଅନ୍ଲାଇନ ଅର୍ଡର ଡେଲିଭରି କରିବାକୁ ସେ ଯାଉଥିଲେ। ଗଣ୍ଡମୁଣ୍ଡା ସ୍ଥିତ ରିଲାଏନ୍ସ ଷ୍ଟୋର ନିକଟରେ ଏକ ମୋଟରସାଇକଲରେ ଆସିଥିବା ୩ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଥିଲେ। ତାପସଙ୍କୁ ଆକ୍ରମଣ କରି ଫୋନ ଓ ୨ ହଜାର ଟଙ୍କା ଲୁଟି ନେଇଥିଲେ। ତାପସଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏନେଇ ଥାନାରେ ଅଭିଯୋଗ ହେବା ପରେ ସିସିଟିଭି ଆଧାରରେ ପୁଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା। ଶନିବାର ରାହୁଲକୁ କାବୁ କରିବା ସହ ତା’ ଠାରୁ ଦୁଇଟି ମୋବାଇଲ ଓ ୧୨୦୦ ଟଙ୍କା ଜବତ କରାଯାଇଛି। ରାହୁଲର ଦୁଇ ସହଯୋଗୀ ଫେରାରଥିବା ଜଣାପଡିଛି ।






More Stories
ଓଡ଼ିଶା ଆସିବେ ରାହୁଲ……
ଓମ୍ଫେଡ୍ ବିକିବ ଆଇସକ୍ରିମ୍ ଓ ପାଣି…..
ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବଡ଼ ବାତ୍ୟା…..