ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ପରୀକ୍ଷାରେ କପି କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଘଟଣାରେ ପରୀକ୍ଷାର୍ଥୀଙ୍କୁ ଗିରଫ କଲା ପୋଲିସ। ଓପିଏସସି ପରୀକ୍ଷା ସମୟରେ କଟକର ଏକ ପରୀକ୍ଷା କେନ୍ଦ୍ରରେ ଜଣେ ପରୀକ୍ଷାର୍ଥୀ କପି କରୁଥିବା ବେଳେ ଧାରା ପଡିଛନ୍ତି। ଘଟଣାରେ ପରୀକ୍ଷାର୍ଥୀଙ୍କୁ ଗିରଫ କରିଛି ମର୍କତନଗର ପୁଲିସ୍। ଘଟଣା ଅନୁସାରେ ପରୀକ୍ଷାର୍ଥୀ ଜଣକ ପରୀକ୍ଷା ହଲ୍ ଭିତରକୁ ମୋବାଇଲ୍ ନେଇ ପ୍ରଶ୍ନ ଡାକୁଥିଲେ। ଅପର ପଟୁ ମୋବାଇଲ୍ରେ ଉତ୍ତର ଡାକିବାରୁ ଖାତାରେ ଲେଖୁଥିଲେ ପରୀକ୍ଷାର୍ଥୀ ଜଣକ। ପରୀକ୍ଷାର୍ଥୀଙ୍କ କାନରେ ଇୟରଫୋନ୍ ଦେଖି ପୁଲିସ୍କୁ ଜଣାଇଥିଲେ ସ୍କ୍ୱାଡ ଟିମ୍। ଘଟଣାରେ ପରୀକ୍ଷାର୍ଥୀଙ୍କ ସହ ଅନ୍ୟ ୩ ଜଣଙ୍କୁ ଗିରଫ କରିଛି ମର୍କତନଗର ଥାନା ପୋଲିସ।






More Stories
ଓମ୍ଫେଡ୍ ବିକିବ ଆଇସକ୍ରିମ୍ ଓ ପାଣି…..
ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବଡ଼ ବାତ୍ୟା…..
ଆଜି ନୂଆଁଖାଇ;ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ…..