Report Card Odisha

| Daily Odia News

ପତିତପାବନ ଓ ଆନନ୍ଦବଜାରକୁ ଟ୍ରେଡମାର୍କ ସ୍ୱୀକୃତି…..

ରିପୋର୍ଟ କାର୍ଡ / ପୁରୀ

ଶ୍ରୀଜଗନ୍ନାଥ ମନ୍ଦିରର ପତିତପାବନ ଓ ଆନନ୍ଦବଜାର ନାମକୁ ବୁଧବାର ମିଳିଛି ଟ୍ରେଡମାର୍କ ସ୍ୱୀକୃତି। ଏହାଛଡା ନୀଳଚକ୍ର ଲୋଗୋ ମଧ୍ୟ ପଞ୍ଜୀକୃତ ହୋଇଛି। ଆଉ ୨୬ ଗୋଟି ଦରଖାସ୍ତ ଇଣ୍ଡିଆ ଟ୍ରେଡମାର୍କ ରେଜେଷ୍ଟ୍ରି ପାଖରେ ବିଚାରାଧୀନ ରହିଛି। ସେଗୁଡ଼ିକ ଖୁବଶୀଘ୍ର ଅନୁମୋଦନ ଲାଭ କରିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଶ୍ରୀଜଗନ୍ନାଥ ମନ୍ଦିରର ମହାପ୍ରସାଦ, ପତିତପାବନ, ନୀଳଚକ୍ର ସମେତ ୨୯ ଗୋଟି ନାମର ଟ୍ରେଡମାର୍କ ପଞ୍ଜୀକରଣ ପାଇଁ ଦରଖାସ୍ତ କରାଯାଇ ଥିଲା। ସେଥିରୁ ତିନି ନାମକୁ ଆଇନଗତ ସ୍ୱୀକୃତି ମିଳିଛି। ଏହିସବୁ ନାମ ଗୁଡ଼ିକ ଶ୍ରୀ ଜଗନ୍ନାଥ ସଂସ୍କୃତିର ଐକ୍ୟ, ଐତିହ୍ୟ, ଆଧ୍ୟାତ୍ମିକତା ଓ ସ୍ୱତନ୍ତ୍ରତା ବହନ କରୁଛି। ତେବେ କେତେକ ସଂସ୍ଥା ଏହିସବୁ ନାମ ଗୁଡ଼ିକୁ ଅନଧିକାର ଭାବେ ବ୍ୟବହାର କରିବା ସହ ଜଗନ୍ନାଥ ପ୍ରେମୀଙ୍କୁ ଭ୍ରମିତ କରୁଥିବା ଅଭିଯୋଗ ହୋଇଛି। ତେଣୁ ଶ୍ରୀମନ୍ଦିର ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥିବା ଶବ୍ଦ ଓ ନାମ ଗୁଡିକର ଟ୍ରେଡମାର୍କ ପଞ୍ଜୀକରଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏହାଦ୍ବାରା ଏହିସବୁ ନାମ ଗୁଡ଼ିକର ଅପବ୍ୟବହାର ଏବଂ ବ୍ୟବସାୟକରଣ ରୋକାଯାଇ ପାରିବ। ଏଥିପାଇଁ ଦୀର୍ଘଦିନରୁ ଦାବି ହୋଇ ଆସୁଥିଲା। ପରିଚାଳନା କମିଟି ବୈଠକରେ ଅନୁମୋଦନ ପରେ ସେଗୁଡ଼ିକର ଟ୍ରେଡମାର୍କ ପଞ୍ଜୀକରଣ ପାଇଁ ଉଦ୍ୟମ ଅବ୍ୟାହତ ରହିଛି।

Breaking News