ରିପୋର୍ଟ କାର୍ଡ / ଝାରସୁଗୁଡା
ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ସ୍ଥିତ ଏମସିଏଲ ଓରିଏଣ୍ଟ ଏରିଆରେ ଗୁରୁବାର ଅପରାହ୍ନରେ ସିବିଆଇ ରେଡ୍ ଦେଖିବାକୁ ମିଳିଛି। ଡ୍ୟୁଟି ଆଲର୍ଟ କରିବା ନାଁରେ ଜଣେ କର୍ମଚାରୀଙ୍କଠାରୁ ଲାଞ୍ଚ ନେଉଥିବା ସମୟରେ ସିକୁରିଟି ଇନ୍ସପେକ୍ଟର ବଂଶୀରାମଙ୍କୁ ରଙ୍ଗେହାତ ଗିରଫ କରିଛି ସିବିଆଇ ଟିମ। ମିଳିଥିବା ସୂଚନା ମୁତାବକ, ଓରିଏଣ୍ଟ ଏରିଆରେ କାର୍ଯ୍ୟରତ କର୍ମଚାରୀ ନବକିଶୋର ସାହୁଙ୍କ ଡ୍ୟୁଟି ଆଲର୍ଟ କରିବା ପାଇଁ ସିକୁରିଟି ଇନ୍ସପେକ୍ଟର ବଂଶୀରାମ ୫,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ତେବେ ଲାଞ୍ଚ ଦେବାକୁ ଅମଙ୍ଗ ହୋଇ ନବକିଶୋର ଏ ସମ୍ପର୍କରେ ସିବିଆଇକୁ ପୂର୍ବରୁ ସୂଚନା ଦେଇଥିଲେ ଏବଂ ଏକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଥିଲା। ଯୋଜନା ମୁତାବକ, ନବକିଶୋର ସାହୁ ଯେତେବେଳେ ବଂଶୀରାମଙ୍କୁ ୫,୦୦୦ ଟଙ୍କା ଲାଞ୍ଚ ବଢ଼ାଉଥିଲେ, ସେହି ସମୟରେ ଆଗୁଆ ପ୍ରସ୍ତୁତ ହୋଇ ରହିଥିବା ସିବିଆଇ ଟିମ ହଠାତ୍ ଚଢ଼ାଉ କରି ବଂଶୀରାମଙ୍କୁ କାବୁ କରିଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଏବଂ ଏମସିଏଲ କର୍ମଚାରୀଙ୍କ ମଧ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି। ସିବିଆଇ ଟିମ ବଂଶୀରାମଙ୍କୁ ଅଟକ ରଖି ଏହି ଦୁର୍ନୀତିର ପଛରେ ଆଉ କାହାର ହାତ ଅଛି କି ନାହିଁ, ସେନେଇ ଅଧିକ ତଦନ୍ତ ଜାରି ରଖିଛି।






More Stories
ଯଥେଷ୍ଟ କାରଣ ବିନା ଏନବିଡବ୍ଲ୍ୟୁ ଜାରି କରାଯାଇପାରିବନି……
ଝଡବର୍ଷା ସମ୍ଭାବନା: ୧୨ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି…..
ମୋହନ ସରକାରକୁ ପୂରିଲା ୨ ବର୍ଷ: ରିପୋର୍ଟ ଉପସ୍ଥାପନ କରିବେ…..