Report Card Odisha

| Daily Odia News

ଶୁଭ ସମ୍ବାଦ ମିଳିପାରେ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ– ଆୟର ନୂତନ ସୁଯୋଗ ମିଳିପାରେ। ପରିବାରର ସହଯୋଗ ପାଇବେ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ମିଳିପାରେ। ବନ୍ଧୁଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସଫଳ ହେବ। ଅଟକିଥିବା ଟଙ୍କା ଫେରି ପାଇବାର ସମ୍ଭାବନା ଅଛି।

ବୃଷ– ସାହସିକ ନିଷ୍ପତ୍ତି ସଫଳତା ଆଣିବ। ସମ୍ମାନ ଓ ପ୍ରତିଷ୍ଠା ବଢ଼ିବ। ଅଟକିଥିବା କାମ ଆଗକୁ ବଢ଼ିବ। ବ୍ୟବସାୟରେ ନୂଆ ଚୁକ୍ତି ମିଳିପାରେ। ଘରୋଇ ପରିବେଶ ଖୁସିପୂର୍ଣ୍ଣ ରହିବ।

ମିଥୁନ– ଭାବପ୍ରବଣ ହୋଇ ନିଷ୍ପତ୍ତି ନିଅନ୍ତୁ ନାହିଁ। ଆର୍ଥିକ ଦିଗରେ ସୁଧାର ହେବ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ଦୂରଯାତ୍ରାର ଯୋଜନା ହୋଇପାରେ। ଛାତ୍ରଛାତ୍ରୀମାନେ ଶୁଭ ସମ୍ବାଦ ପାଇପାରନ୍ତି।

କର୍କଟ– ପରିଶ୍ରମର ଭଲ ଫଳ ପାଇବେ। ପରିବାର ସହ ସମୟ ଭଲ କଟିବ। ଧନ ଓ ସମ୍ପତ୍ତିରେ ଲାଭ ମିଳିପାରେ। ନୂଆ ବିନିଯୋଗ ପାଇଁ ଦିନଟି ଅନୁକୂଳ। ମାନସିକ ଚାପ କମିବ।

ସିଂହ– ଚାକିରି ଓ ବ୍ୟବସାୟରେ ନୂଆ ସୁଯୋଗ ମିଳିବ। ଉଚ୍ଚ ଅଧିକାରୀଙ୍କ ସହଯୋଗ ପାଇବେ। ଆତ୍ମବିଶ୍ୱାସ ବଢ଼ିବ। ସାମାଜିକ କ୍ଷେତ୍ରରେ ସମ୍ମାନ ବଢ଼ିବ। ପୁରୁଣା ବିବାଦର ସମାଧାନ ହୋଇପାରେ।

କନ୍ୟା– ଭାଗ୍ୟର ସହଯୋଗ ମିଳିବ। ଜ୍ଞାନ ଓ ଅନୁଭବ ଦ୍ୱାରା ଲାଭ ପାଇବେ। ପୁରୁଣା ଇଚ୍ଛା ପୂରଣ ହୋଇପାରେ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ବ୍ୟବସାୟରେ ଲାଭ ବଢ଼ିବ।

ତୁଳା– ଖୁସି ଖବର ମିଳିପାରେ। ଧନ ଓ ମାନ-ସମ୍ମାନ ବୃଦ୍ଧି ହେବ। ପରିବାର ସହ ଆନନ୍ଦରେ ସମୟ କଟିବ। ପ୍ରେମ ସମ୍ପର୍କରେ ମଧୁରତା ବଢ଼ିବ। ନୂଆ ପରିଚୟ ଭବିଷ୍ୟତରେ ଲାଭଦାୟକ ହେବ। ଯାନବାହନ ସୁଖ ପ୍ରାପ୍ତିର ଯୋଗ ଅଛି।

ବିଛା– ନୂଆ ସହଭାଗିତା ଶୁଭ ରହିବ। ବ୍ୟବସାୟିକ ସମ୍ପର୍କ ବିସ୍ତାର ହେବ। ଧୈର୍ଯ୍ୟ ଧରି କାମ କରନ୍ତୁ। ପରିବାରର ସହଯୋଗ ପାଇବେ। ଚାକିରିରେ ଦାୟିତ୍ୱ ବଢ଼ିପାରେ। ଆର୍ଥିକ ସ୍ଥିତି ମଜବୁତ ହେବ।

ଧନୁ– ବିବାଦରୁ ଦୂରେ ରୁହନ୍ତୁ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଜୀବନସାଥୀଙ୍କ ପରାମର୍ଶ ଲାଭଦାୟକ ହେବ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। କର୍ମକ୍ଷେତ୍ରରେ ଉନ୍ନତିର ସୁଯୋଗ ଆସିବ। ଋଣ ଭାର କିଛି କମିପାରେ।

ମକର– ପ୍ରେମ ଓ ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଧନଲାଭ ହୋଇପାରେ। ମୂଲ୍ୟବାନ ବସ୍ତୁ ପ୍ରାପ୍ତିର ଯୋଗ ଅଛି। ନୂଆ ଯୋଜନା ସଫଳ ହେବ। ସନ୍ତାନଙ୍କ ତରଫରୁ ଶୁଭ ସମ୍ବାଦ ମିଳିପାରେ। ସୃଜନଶୀଳ କାର୍ଯ୍ୟରେ ସଫଳତା ମିଳିବ।

କୁମ୍ଭ– ଅପ୍ରତ୍ୟାଶିତ ଧନଲାଭ ହୋଇପାରେ। ମିତ୍ରଙ୍କ ସହଯୋଗ ପାଇବେ। ବଜେଟ୍ ଉପରେ ଧ୍ୟାନ ଦିଅନ୍ତୁ। ନୂଆ କାର୍ଯ୍ୟରେ ସାବଧାନତା ଆବଶ୍ୟକ। ଘରୋଇ ସମସ୍ୟାର ସମାଧାନ ହୋଇପାରେ। ଜମି କିମ୍ବା ସମ୍ପତ୍ତି ସମ୍ବନ୍ଧୀୟ ଲାଭ ମିଳିପାରେ।

ମୀନ– ପରିବାର ସହ ସମନ୍ୱୟ ରଖନ୍ତୁ। କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ। ସାମାଜିକ ସମ୍ମାନ ବୃଦ୍ଧି ହେବ। ଛୋଟ ଯାତ୍ରା ଲାଭଦାୟକ ହେବ। ଭାଇ-ଭଉଣୀଙ୍କ ସହଯୋଗରେ କାମ ସଫଳ ହେବ।

Breaking News