ରିପୋର୍ଟ କାର୍ଡ / ଭୁବନେଶ୍ୱର
କ୍ରାଇମବ୍ରାଞ୍ଚ ରିପୋର୍ଟରେ ଏକ ବଡ଼ ଖୁଲାସା ହୋଇଛି। ବରିଷ୍ଠ ଆଇପିଏସ୍ ଦୟାଲ ଗଙ୍ଗଓ୍ବାର ପଦର ଅବବ୍ୟବହାର କରୁଥିଲେ। ଏପରିକି ଜଣେ କି ଦୁଇ ଜଣ ନୁହେଁ ସୌମ୍ୟରଞ୍ଜନ ସ୍ବାଇଁଙ୍କ ସମେତ ୮ରୁ ଅଧିକ କନଷ୍ଟେବଳ ତାଙ୍କ ଘରୋଇ କାର୍ଯ୍ୟରେ ନିୟୋଜିତ ଥିଲେ। କିଏ ରୋଷେଇ କରିଦେଉଥିଲା ତ ଆଉ କିଏ କୁକୁରର ଖବର ବୁଝୁଥିଲା। ସୌମ୍ୟଙ୍କୁ ମାନସିକ ନିର୍ଯାତନା ନେଇ ମା’ ବାପାଙ୍କ ଅଭିଯୋଗ ପରେ ତଦନ୍ତ ହୋଇଥିଲା। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଙ୍ଗଓ୍ବାରଙ୍କୁ ଗୁରୁବାର ଚାକିରିରୁ ନିଲମ୍ବନ କରିଥିଲେ।ବାଲିଅନ୍ତା ଅଞ୍ଚଳର ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଆଇପିଏସ୍ ଗଙ୍ଗୱାରଙ୍କ ନାମ ସାମ୍ନାକୁ ଆସିବା ପରେ ସେ ବିବାଦୀୟ ହୋଇପଡ଼ିଥିଲେ। ସୌମ୍ୟଙ୍କ ମୃତ୍ୟୁ ପାଇଁ ତାଙ୍କ ବାପା ଓ ମାଆ ସିଧାସଳଖ ଭାବେ ଏହି ଆଇପିଏସ ଅଧିକାରୀଙ୍କୁ ଦାୟୀ କରିଥିଲେ। ଉକ୍ତ ପୋଲିସ ଅଧିକାରୀ ସୌମ୍ୟଙ୍କୁ ଅତ୍ୟଧିକ ମାନସିକ ନିର୍ଯାତନା ଦେଉଥିଲେ, ଯାହା ଅସହ୍ୟ ହେବାରୁ ଏଭଳି ଅଘଟଣ ଘଟିଲା ବୋଲି ମୃତକଙ୍କ ପରିବାର ପକ୍ଷରୁ ଗୁରୁତର ଅଭିଯୋଗ ଆଣି ନ୍ୟାୟ ଦାବି କରାଯାଇଥିଲା। ପରିବାର ଲୋକଙ୍କ ଅଭିଯୋଗ ଏବଂ ମାମଲାର ଗୁରୁତ୍ୱକୁ ଅନୁଧ୍ୟାନ କରି ମୁଖ୍ୟମନ୍ତ୍ରୀ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ପ୍ରାଥମିକ ତଥ୍ୟକୁ ଆଧାର କରି ମୁଖ୍ୟମନ୍ତ୍ରୀ ତୁରନ୍ତ ଗଙ୍ଗୱାରଙ୍କୁ ସସପେଣ୍ଡ କରିବାକୁ ନିର୍ଦ୍ଦେଶ ଦେଇଥିଲେ।






More Stories
ଆଜି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି…..
ଖୁବ୍ଶୀଘ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳ ଅଦଳବଦଳ !…..
ନିଟ୍ ପରୀକ୍ଷାର୍ଥୀଙ୍କୁ ମାଗଣା ବସ୍ ସେବା…..