ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୁସ୍ତକରେ ତ୍ରୁଟି ପ୍ରସଙ୍ଗରେ ଶୁକ୍ରବାର ତଦନ୍ତ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଗଠିତ କମିଟି। କମିଟି ଅଧ୍ୟକ୍ଷ ତଥା ଉନ୍ନୟନ କମିଶନର ଦେଓ ରଞ୍ଜନ ସିଂହ ତନାଘନା ଆରମ୍ଭ କରିଛନ୍ତି। ଏହାକୁ ନେଇ ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଗଣଶିକ୍ଷା ସଚିବ ଏନ. ଥିରୁମାଲା ନାଏକ ଉପସ୍ଥିତ ଥିଲେ। ପୁସ୍ତକ ପ୍ରକାଶନ ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀ ତଦନ୍ତର ସମ୍ମୁଖୀନ ହେବେ ବୋଲି ସୂଚନା ମିଳିଛି। ସୂଚନାନୁଯାୟୀ, ରାଜ୍ୟ ସରକାରଙ୍କ ବିଦ୍ୟାଳୟ ପାଠ୍ୟପୁସ୍ତକରେ ପରିଲକ୍ଷିତ ହୋଇଥିବା ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ଆଭାସୀ ମାଧ୍ୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ବିଭିନ୍ନ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଏହି ତ୍ରୁଟି ସୁଧାରିବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ପରିପ୍ରେକ୍ଷୀରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ କମିଟି ଗଠନ କରାଯାଇ ଏହି ତ୍ରୁଟି ପାଇଁ କେଉଁ ଅଧିକାରୀ/ସଂସ୍ଥା ଦାୟୀ ତାହା ନିର୍ଣ୍ଣୟ କରିବା ପାଇଁ ବୈଠକରେ ମୁଖମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ୭ ଦିନ ମଧ୍ୟରେ ଏହି କମିଟି ରିପୋର୍ଟ ଦାଖଲ କରିବେ ଏବଂ କମିଟିର ରିପୋର୍ଟ ଆଧାରରେ ଦାୟୀ ଅଧିକାରୀ/ସଂସ୍ଥା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅନ୍ୟପଟେ ପିଲାଙ୍କୁ ଆଗାମୀ ବର୍ଷ ମିଳିବ ସଂଶୋଧିତ ବହି। ଶିକ୍ଷକମାନେ ଶ୍ରେଣୀ ଗୃହରେ ପିଲାଙ୍କ ବହିକୁ ସଂଶୋଧନ କରି ପଢ଼ାଇବେ। ଆଗାମୀ ବର୍ଷ ସଂଶୋଧିତ ବହି ପ୍ରକାଶ କରି ପିଲାଙ୍କୁ ଦିଆଯିବ। ଏ ନେଇ ସୂଚନା ଦେଇଛନ୍ତି SCERT ନିର୍ଦ୍ଦେଶିକା। ସେ କହିଛନ୍ତି ଯେ,ଚଳିତ ବର୍ଷ ନୂଆ ବହି ଛପା ହେବନି, ସଂଶୋଧନ ପୁସ୍ତିକାରେ ପଢ଼ିବେ ଛାତ୍ରଛାତ୍ରୀ। ଏଥର ଭୁଲ ହୋଇଯାଇଛି, ଡିଓମାନଙ୍କୁ ଚିଠି ମାଧ୍ୟମରେ ଜଣାଇ ସାରିଛୁ ବୋଲି ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି। ଛୋଟ ପିଲାଙ୍କ ବହିରେ ଶିକ୍ଷକମାନଙ୍କୁ ସଂଶୋଧନ କରିବାକୁ କୁହାଯାଇଛି। ବଡ଼ ପିଲା ଶିକ୍ଷକଙ୍କ ସାହାଯ୍ୟରେ ବହିରେ ନିଜେ ତ୍ରୁଟି ସଂଶୋଧନ କରିବେ।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..