Report Card Odisha

| Daily Odia News

ଗୁଳି କରି ବ୍ୟବସାୟୀଙ୍କୁ ହତ୍ୟା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବାଲେଶ୍ବର ସହରରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ପୋଲିସକୁ ଅପରାଧୀମାନେ ଖୁଲମଖୁଲା ଚ୍ୟାଲେଞ୍ଜ ଦେଉଛନ୍ତି । ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅଡର ବଜାରରେ ଗୁରୁବାର ଅପରାହ୍ନରେ ଫୁଟିଲା ଗୁଳି । ଏକ କାର ସୋରୁମର ମାଲିକ ତଥା ବ୍ୟବସାୟୀଙ୍କୁ ଗୁଳି ମାରି ହତ୍ୟା କରାଯାଇଛି । ୮ ରାଉଣ୍ଡ ଗୁଳି ଫୁଟିଥିବା ସିସିଟିଭିରୁ ସ୍ପଷ୍ଟ ହୋଇଛି । ମୃତ ବ୍ୟବସାୟୀ ହେଉଛନ୍ତି ସେକ ହମିଦ । ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ କିଏ ଓ କାହିଁକି ଗୁଳିମାଡ଼ କଲେ ତାହା ସ୍ପଷ୍ଟ ହୋଇପାରି ନାହିଁ । ପୋଲିସ ଅପରାଧୀଙ୍କୁ ଧରିବା ପାଇଁ ଛାନଭିନ ଜାରି ରଖିଛି । ପୂର୍ବ ଶତ୍ରୁତାରୁ ବ୍ୟବସାୟୀଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଅନୁମାନ କରାଯାଉଛି । ଗୁଳିମାଡ଼ କରି ଅପରାଧୀମାନେ ଚମ୍ପଟ ମାରିଛନ୍ତି ।

Breaking News