ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ଓ ପିଏସି କମିଟି ଗଠନ କଲେ ବାଚସ୍ପତି। ୩୫ରୁ ଅଧିକ ପିଏସି କମିଟି ଓ ୧୦ଟି ଷ୍ଟାଣ୍ଡିଂ କମିଟି ଗଠନ କରାଯାଇଛି। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କୁ ପିଏସି କମିଟି ଅଧ୍ୟକ୍ଷ ଭାବେ ଦାୟିତ୍ୱ ମିଳିଛି। ସେହିପରି ଜୟନାରାୟଣ ମିଶ୍ରଙ୍କୁ ପ୍ରିଭିଲେଜ କମିଟିର ଅଧ୍ୟକ୍ଷ ଦାୟିତ୍ୱ ମିଳିଛି। ଏହା ସହ ଆକାଶ ଦାସ ନାୟକଙ୍କ ଲାଇବ୍ରେରୀ କମିଟିରେ ୧୧ ନିଲମ୍ବିତଙ୍କୁ ସ୍ଥାନ ମିଳିଛି। ସରକାରୀ ବିଭାଗଗୁଡ଼ିକର କାର୍ଯ୍ୟର ସମୀକ୍ଷା ପାଇଁ ଗଠିତ Departmentally Related Standing Committees (Iରୁ IX)ର ଅଧ୍ୟକ୍ଷ ଭାବେ ଯଥାକ୍ରମେ ସିଦ୍ଧାନ୍ତ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ସେଠୀ, ବାବୁ ସିଂହ, , ବିଭୂତି ଭୂଷଣ ପ୍ରଧାନ, ସୁଧୀର ରଞ୍ଜନ ପଟ୍ଟଯୋଶୀ, ସନ୍ତୋଷ ଖଟୁଆ, ମନୋହର ରନ୍ଧାରୀ ଏବଂ ସନାତନ ବିଜୁଳିଙ୍କୁ ଦାୟିତ୍ୱ ଦିଆଯାଇଛି ।




ବିଧାନସଭାର କାର୍ଯ୍ୟ ପରିଚାଳନା, ସରକାରୀ ବିଭାଗର କାର୍ଯ୍ୟ ସମୀକ୍ଷା, ବଜେଟ ବ୍ୟୟ ଓ ଲୋକଧନର ଉପଯୋଗ ଉପରେ ନଜର ରଖିବା ପାଇଁ ଏହି କମିଟିଗୁଡ଼ିକ ଗଠନ କରାଯାଇଛି ।






More Stories
ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍…..
ଆସୁଛି ପଛକୁ ପଛ ୨ ଘୂର୍ଣ୍ଣିବଳୟ…..
ଗୁଳି କରି ବ୍ୟବସାୟୀଙ୍କୁ ହତ୍ୟା…..