ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜ୍ୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ସୁଯୋଗ ବୃଦ୍ଧି କରିବା ନିମନ୍ତେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଉଚ୍ଚ କ୍ଷମତାସଂପନ୍ନ କମିଟି (ଏଚ୍ପିସି) ବୈଠକର ନିଷ୍ପତ୍ତି ଅନୁଯାୟୀ, ୨୦୨୬-୨୭ ଶିକ୍ଷାବର୍ଷରେ ରାଜ୍ୟର ବିଭିନ୍ନ ଜିଲାରେ ମୋଟ ୩୫ଟି ନୂତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ ଦୁଇ କଲେଜ) ଖୋଲିବା ପାଇଁ ଅନୁମୋଦନ ପ୍ରଦାନ କରାଯାଇଛି। ନିର୍ଦେଶାଳୟର ସୂଚନା ଅନୁଯାୟୀ, ଏହି ନୂତନ କଲେଜଗୁଡ଼ିକରେ କଳା ବିଭାଗରେ ସର୍ବାଧିକ ୧୨୮ଟି, ବିଜ୍ଞାନ ବିଭାଗରେ ୬୪ଟି ଏବଂ ବାଣିଜ୍ୟ ବିଭାଗରେ ୬୪ଟି ସିଟ୍ ପାଇଁ ଅନୁମତି ଦିଆଯାଇଛି। ଏହାଛଡ଼ା ୧୨୭ଟି ସିଟ୍ ପର୍ଯ୍ୟନ୍ତ ସର୍ବାଧିକ ୪ଟି ଏବଂ ୧୨୮ଟି ସିଟ୍ ପାଇଁ ୬ଟି ଇଲେକ୍ଟିଭ୍ ବିଷୟ ରଖିବାକୁ ବ୍ୟବସ୍ଥା କରାଯାଇଛି। ଔପଚାରିକ ଭାବେ ‘ଅନୁମତି ପତ୍ର’ ପାଇବା ପାଇଁ ସମ୍ପୃକ୍ତ କଲେଜଗୁଡ଼ିକୁ କେତେକ ଜରୁରୀ ସର୍ତ୍ତ ଏବଂ ଡକ୍ୟୁମେଣ୍ଟ୍ ଦାଖଲ କରିବାକୁ କୁହାଯାଇଛି। ଗ୍ରାମାଞ୍ଚଳରେ ସର୍ବନିମ୍ନ ୬,୦୦୦ ଏବଂ ସହରାଞ୍ଚଳରେ ୪,୦୦୦ ବର୍ଗମିଟର ପରିମିତ ଜମି କଲେଜ ନାଁରେ ଥିବା ଆବଶ୍ୟକ। ସକ୍ଷମ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଦତ୍ତ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଜରୁରୀ। ବିଦ୍ୟାଳୟଗୁଡ଼ିକ ସମ୍ପୂର୍ଣ୍ଣ ନିଜସ୍ବ ଖର୍ଚ୍ଚରେ ଚାଲିବ ଏବଂ ସରକାରଙ୍କଠାରୁ କୌଣସି ପ୍ରକାର ଆର୍ଥିକ ସହାୟତା ଦାବି କରିବ ନାହିଁ ବୋଲି ସତ୍ୟପାଠ ଦାଖଲ କରିବାକୁ ହେବ। ଏହିପରି ସମସ୍ତ ସର୍ତ୍ତ ପୂରଣ ଏବଂ ଆବଶ୍ୟକ କାଗଜପତ୍ର ଦାଖଲ କରିବା ପାଇଁ ସର୍ବାଧିକ ୪୫ଦିନର ସମୟସୀମା ଦିଆଯାଇଛି। ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ହିଁ ଚୂଡ଼ାନ୍ତ ଅନୁମତିପତ୍ର ପ୍ରଦାନ କରାଯିବ ବୋଲି ନିର୍ଦେଶାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।






More Stories
ଆଜି ଅଧରପଣା…..
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ପ୍ରବଳ ବର୍ଷୀବ……
ଧର୍ମେନ୍ଦ୍ରଙ୍କ ଇସ୍ତଫା: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ବୟାନ…..