ରିପୋର୍ଟ କାର୍ଡ / ପୁରୀ
ଭଉଣୀ ଭାଇଙ୍କ ସହ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖସ୍ଥ ତିନିରଥ ଉପରେ ଏବେ ଅବସ୍ଥାନ କରୁଛନ୍ତି ମହାପ୍ରଭୁ। ରବିବାର ରଥ ଉପରେ ଶ୍ରୀବିଗ୍ରହମାନଙ୍କ ଅଧରପଣା ନୀତି ସମ୍ପନ୍ନ ହୋଇଛି। ଏବେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରିିବିଜେକୁ ଅପେକ୍ଷା କରିଛନ୍ତି ଭକ୍ତ। ସୋମବାର ନୀଳାଦ୍ରିବିଜେ ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ରତ୍ନବେଦିକୁ ବିଜେ କରିବେ ଦାରୁବିଗ୍ରହ।ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଜେ ରାସ୍ତାରେ ବାଟ ଓଗାଳିବେ ମା’ଲକ୍ଷ୍ମୀ ସାଆନ୍ତାଣୀ। ପହଣ୍ଡି ସମୟରେ ସମ୍ପନ୍ନ ହେବ ନୀଳାଦ୍ରି ବିଜେର ବିଶେଷ ପର୍ବ ‘ଲକ୍ଷ୍ମୀ-ନାରାୟଣ କଳି’ । ଶ୍ରୀଜଗନ୍ନାଥ ରସଗୋଲା ଦେଇ ଧର୍ମପତ୍ନୀଙ୍କ ମନ ତୋଷିବେ। ଏଥିସହ ଚଳିତବର୍ଷର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଶେଷ ହେବ। ସେହିପରି ନୀଳାଦ୍ରିବିଜେ ପରେ ମଙ୍ଗଳବାରଠାରୁ ପୁଣି ଶ୍ରୀମନ୍ଦିର ଚଳଚଞ୍ଚଳ ହୋଇଉଠିବ ଓ ଭକ୍ତମାନେ ନୀଳାଚଳ ଅବଢ଼ା ପାଇପାରିବେ। ସୋମବାର ଶ୍ରୀବିଗ୍ରହଙ୍କ ନୀଳାଦ୍ରି ବିଜେ ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି। ଭୋର୍ ୪ଟାରେ ରଥରେ ମଙ୍ଗଳ ଆଳତି ଅନୁଷ୍ଠିତ ହେବ, ପରେ ଅନ୍ୟାନ୍ୟ ନୀତି ହୋଇ ସକାଳ ଧୂପ ୮ଟାରେ ସମ୍ପନ୍ନ ହେବ । ପରେ ମଇଲମ, ମହାସ୍ନାନ ସର୍ବାଙ୍ଗ, ବେଶ ଶେଷ ହୋଇ ମଧ୍ୟାହ୍ନ ଧୂପ ପରେ ଅନ୍ୟାନ୍ୟ ନୀତି ହୋଇ ଅପରାହ୍ନ ୧ଟା ୩୦ରେ ସା ଧୂପ ସମ୍ପନ୍ନ କରାଯିବ। ଅପରାହ୍ନ ୧ଟା ୩୦ରୁ ୩ ଟା ୩୦ ମଧ୍ୟରେ ଚାରମାଳ ବନ୍ଧା ହୋଇ ୩ଟା ୩୦ରେ ସିଂହାସନ ମାଜଣା କରାଯିବ, ୩ଟା ୫୦ରେ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇ ଅପରାହ୍ନ ୪ଟାରେ ନୀଳାଦ୍ରିବିଜେ ପହଣ୍ଡି ହେବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି | ମହାପ୍ରଭୁ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲା ଦେଦେଉଥିବା ନିତୀରହିଛି | ଆଜିର ଦିନକୁ ରସଗୋଲା ଦିବସ ରୂପେ ପାଳନ କରାଯାଉଛି |






More Stories
ସୁଶାନ୍ତଙ୍କ ବିୟୋଗରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ,ନବୀନ…..
ସୁଶାନ୍ତ ସିଂହ ଙ୍କ ପରଲୋକ…..
ଖୋଲିବ ୩୫ ନୂଆ ଯୁକ୍ତ ଦୁଇ କଲେଜ…..