ରିପୋର୍ଟ କାର୍ଡ / ଭୁବନେଶ୍ୱର
ଉତ୍ତର ଓଡ଼ିଶାରେ ଗତ ୨୪ ଘଣ୍ଟାରେ ବାଦଲ ଫଟା ବର୍ଷା ହୋଇଛି। କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ସନ୍ଧ୍ୟା ସୁଦ୍ଧା ସାଳନ୍ଦୀ, ଜଳକା ଓ ବୈତରଣୀରେ ବନ୍ୟା ଆଶଙ୍କା। ଏନେଇ ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସାଳନ୍ଦୀ, ଜଳକା ଓ ବୈତରଣୀରେ ବନ୍ୟା ଆଶଙ୍କା କରାଯାଉଛି। ହେଲେ ମହାନଦୀ ଅବବାହିକାରେ ବନ୍ୟା ଆଶଙ୍କା ନାହିଁ। ବୈତରଣୀ ପାଇଁ ଚାନ୍ଦବାଲି, ଧାମନଗର, ଯାଜପୁର ପ୍ରଭାବିତ ହେବ। ଜଳକା ପାଇଁ ବସ୍ତା ଓ ବାଲେଶ୍ବର ସଦର ପ୍ରଭାବିତ ହେବ। ସେପଟେ ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଦୀଘା ନିକଟତର ହୋଇ ସ୍ଥଳଭାଗ ଅତିକ୍ରମ କରିଛି। ବର୍ତ୍ତମାନ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଓ ଅଗ୍ରସର ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।






More Stories
ବାପାର ଜୀବନ ନେଲା ପୁଅ…..
‘E20 ପେଟ୍ରୋଲରେ ମୋର କୌଣସି ଭୂମିକା ନାହିଁ’……
ଆଜିଠୁ ନୀଳାଚଳ ଅବଢ଼ା……