Report Card Odisha

| Daily Odia News

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବନ୍ୟା ପ୍ରଭାବିତ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଜିଲାପାଳମାନଙ୍କୁ ସ୍କୁଲ ଛୁଟି ଘୋଷଣା ସମ୍ପର୍କିତ କ୍ଷମତା ଦିଆଯାଇଛି। ସ୍ଥିତି ଦେଖି ଜିଲାପାଳ ସ୍କୁଲ ଛୁଟି ବାବଦରେ ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟର ବର୍ଷା ବିତ୍ପାତ ସମୀକ୍ଷା ପରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ବନ୍ୟାରେ ୬ ଜିଲାର ୪୪ ବ୍ଲକ ପ୍ରଭାବିତ ହୋଇଛି। ବାଲେଶ୍ୱରର ୧୨, ଭଦ୍ରକର ୫, ଢେଙ୍କାନାଳର ୮ଟି ବ୍ଲକ ପ୍ରଭାବିତ ହୋଇଛି। ସେହିପରି ଯାଜପୁରର ୩, ମୟୂରଭଞ୍ଜର ୧୩, ସମ୍ବଲପୁରର ୩ ବ୍ଲକ ପ୍ରଭାବିତ ହୋଇଛି। ମୋଟ ୨୩୩ ପଞ୍ଚାୟତର ୭୪୮ ଗାଁ ପ୍ରଭାବିତ ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ୨ ଲକ୍ଷ ୩ ହଜାରରୁ ଅଧିକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୨୮ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଉତ୍ତର ଓଡ଼ିଶାରେ ଆଗକୁ ପ୍ରଭାବ କମିବ, ଦକ୍ଷିଣ ଓ ପଶ୍ଚିମରେ ବଢ଼ିବ। ମହାନଦୀରେ ମଧ୍ୟ ପାଣି ବଢ଼ିବାର ସମ୍ଭାବନା ରହିଛି। ମାତ୍ର ନରାଜରେ ଆମେ ୯ ଲକ୍ଷ କ୍ୟୁସେକରୁ ଅଧିକ ଜଳ ଯିବାକୁ ଦେବୁନି। ହୀରାକୁଦରେ ଆଉ ଜଳସ୍ତର ବଢ଼ିବା ପରେ ଗେଟ୍‌ ଖୋଲା ନିଷ୍ପତ୍ତି ନିଆଯାଇଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ାରେ ବର୍ଷା ଲାଗି ରହିଛି। ବଲାଙ୍ଗିର, ରାୟଗଡ଼ା, ଗଜପତି, ମାଲକାନଗିରିରେ ବର୍ଷା ହେଉଥିବା ରାଜସ୍ବ ମନ୍ତ୍ରୀ ସୂଚନା ଦେଇଛନ୍ତି।

Breaking News