Report Card Odisha

| Daily Odia News

ଭାଜପା ଛାଡିଲେ ଶେହଜାଦ ପୁନାୱାଲା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତୀୟ ଜନତା ପାର୍ଟିର ମୁଖପାତ୍ର ଶେହଜାଦ ପୁନାୱାଲା ଭାଜପାରୁ ଇସ୍ତଫା ଦେଇଛନ୍ତି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭାଜପାରେ ଦୀର୍ଘ ଦିନରୁ ମୁଖପାତ୍ର ଥିବା ଶେହଜାଦ ପୁନାୱାଲା ବ୍ୟକ୍ତିଗତ କାରଣରୁ ଏହି ଇସ୍ତଫା ଦେଇଛନ୍ତି। ସେ ଭାଜପାର ଶୀର୍ଷ ନେତୃତ୍ୱଙ୍କୁ ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଇସ୍ତଫା ଦେବାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ସୂତ୍ରରୁ ପ୍ରକାଶ ଯେ, ଇସ୍ତଫାକୁ ନେଇ ଶୀଘ୍ର ହିଁ ଶେହଜାଦ ପୁନାୱାଲାଙ୍କ ପକ୍ଷରୁ ଏକ ସରକାରୀ ବିବୃତ୍ତି ଜାରି କରାଯିବ। ଶେହଜାଦ ପୁନାୱାଲା ତାଙ୍କର ଚମତ୍କାର ଯୁକ୍ତି ବା ତର୍କ କରିବାର କ୍ଷମତା ପାଇଁ ଜଣାଶୁଣା। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜଣେ ସମର୍ଥକ | ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ରେ ତାଙ୍କର ବାୟୋରେ ଭାଜପାର କୌଣସି ଉଲ୍ଲେଖ ଦେଖିବାକୁ ମିଳୁନାହିଁ। ଏକ୍ସରେ ଥିବା ବାୟୋରେ ସେ ନିଜକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜୀବନ ସମର୍ଥକ ବୋଲି ଦର୍ଶାଇଛନ୍ତି। ଅନ୍ୟପକ୍ଷରେ, ଇନଷ୍ଟାଗ୍ରାମରେ ପୁନାୱାଲାଙ୍କ ବାୟୋରେ ତାଙ୍କୁ ଏବେ ମଧ୍ୟ ଭାଜପାର ଜାତୀୟ ମୁଖପାତ୍ର ବୋଲି କୁହାଯାଇଛି।

Breaking News