Report Card Odisha

| Daily Odia News

ପୁଣି ଆନ୍ଦୋଳନକୁ ଓହ୍ଲାଇବ CJP…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଅଭିଜିତ୍ ଦୀପକେଙ୍କ ନେତୃତ୍ବାଧୀନ କାକ୍ରୋଚ୍ ଜନତା ପାର୍ଟି (ସିଜେପି) ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବା ଲାଗି ସରକାରଙ୍କୁ ଚେତାବନୀ ଦେଇଛି। ସୋମବାର ଦୀପକେ କହିଛନ୍ତି ଯେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ଯଦି ପୂରଣ କରା ନଯାଏ ତେବେ ଦଳ ପକ୍ଷରୁ ପୁଣି ଥରେ ଆନ୍ଦୋଳନ କରାଯିବ। ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍‌କୁ ନେଇ ସିଜେପିର ପକ୍ଷରୁ ହୋଇଥିବା ଆନ୍ଦୋଳନ ଓ ସଂସଦ ପଦଯାତ୍ରା ସମୟରେ ସରକାରଙ୍କ ନିକଟରେ ତିନିଟି ଦାବି ଉପସ୍ଥାପନ କରାଯାଇଥିଲା। ତିନିଟି ଦାବି ମଧ୍ୟରୁ ପ୍ରମୁଖ ଦାବି ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ କାର୍ଯ୍ୟକାରୀ କରାଯାଇଛି। ଅବଶିଷ୍ଟ ଦୁଇଟି ଦାବି ହେଉଛି ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କ ଉପରୁ ସମସ୍ତ ମାମଲା ପ୍ରତ୍ୟାହାର ଓ ଆତ୍ମହତ୍ୟା କରିଥିବା ନିଟ୍ ଆଶାୟୀଙ୍କ ପରିବାରକୁ ପିଛା ୧କୋଟି ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରିବା। ଦୀପକେ କହିଛନ୍ତି ଯେ, ସରକାର ଛାତ୍ରଛାତ୍ରୀଙ୍କ ବିରୋଧରେ ହୋଇଥିବା ସମସ୍ତ ମାମଲା ପ୍ରତ୍ୟାହାର କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ କରିନାହାନ୍ତି। ଆତ୍ମହତ୍ୟା କରିଥିବା ନୀଟ୍ ପରୀକ୍ଷାର୍ଥୀଙ୍କ ପରିବାରକୁ ଆର୍ଥିକ ସହାୟତା/କ୍ଷତିପୂରଣ ଏପର୍ଯ୍ୟନ୍ତ ମିଳିନଥିବା ସେମାନେ ଦର୍ଶାଇଛନ୍ତି। ଯଦି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସରକାର ଏହିସବୁ ଦାବି ପୂରଣ ନ କରନ୍ତି ତେବେ ନୂଆଦିଲ୍ଲୀର ଯନ୍ତର ମନ୍ତର ସମେତ ଦେଶର ବିଭିନ୍ନ ରାଜ୍ୟରେ ପୁଣି ଆନ୍ଦୋଳନ ହେବ ବୋଲି ସିଜେପି କହିଛି।

Breaking News