Report Card Odisha

| Daily Odia News

ଦାମି କାରରେ ଦେଶୀ ମଦ ଚାଲାଣ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭୁବନେଶ୍ୱରରେ ଅବକାରୀର ଟିମର ଗୁରୁବାର ବଡ ଧରଣର ଚଢାଉ ହୋଇଛି। ଦାମି କାର ସହ ଦେଶୀ ମଦ ଜବତ କରାଯାଇଛି। ବିପୁଳ ପରିମାଣର ଦେଶୀ ମଦ ଜବତ କଲା ଅବକାରୀ ଟିମ୍। ଚାରୋଟି ଦାମି କାର ସହ ତିନୋଟି ବାଇକ ଜବତ କରାଯାଇଛି। ଏହାସହ ପାଞ୍ଚ ହଜାର ଲିଟର ମଦ ମଧ୍ୟ ଜବତ କରାଯାଇଛି। ବିପୁଳ ପରିମାଣର ଦେଶୀ ମଦ ଜବତ ସହ ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଛି। ବନ୍ଧୁକ ସହ ୪ଟି ଦାମି କାର୍‌ ମଧ୍ୟ ଜବତ କରାଯାଇଛି। ଏମାନେ ଆଠଗଡ଼ରୁ ମଦ ଆଣି ବାଲିପାଟଣାରେ ବଟଲିଂ କରୁଥିଲେ। ଘଟଣାର ଅଧିକ ତଦନ୍ତ କରାଯାଉଛି।

Breaking News