Report Card Odisha

| Daily Odia News

ନେପାଳକୁ କ୍ଷତିପୂରଣ ଦିଅନ୍ତୁ ଭାରତ, ଚୀନ, ଆମେରିକା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ହିମସ୍ଖଳନ ଜନିତ ନେପାଳରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାର ମୃତ୍ୟୁସଂଖ୍ୟା ବୁଧବାର ୧୨୨୫କୁ ବୃଦ୍ଧି ପାଇଛି। ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ପ୍ରତିଦିନ ଅଧିକରୁ ଅଧିକ ମୃତଦେହ ଉଦ୍ଧାର କରାଯାଉଛି। ସେହିପରି ନିଖୋଜଙ୍କ ତାଲିକା ମଧ୍ୟ ଲମ୍ବା ହେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ନିଖୋଜଙ୍କ ସଂଖ୍ୟା ୪୮୫୮ରେ ପହଞ୍ଚିଛି। ଯେଉଁସବୁ ଅପରିଚିତ ମୃତଦେହ ଉଦ୍ଧାର ହେଉଛି ତା’ର ଡିଏନଏ ନମୁନା ଓ ଅନ୍ୟ ପରିଚୟକୁ ସଂରକ୍ଷଣ ରଖାଯିବା ପରେ ଗଣସଂସ୍କାର କରାଯାଉଛି। ଉଦ୍ଧାର କାର୍ଯ୍ୟରେ ନେପାଳ ସେନା, ପୋଲିସ ଓ ପ୍ରଶାସନ ସହିତ ଭାରତ, ଚୀନ ଓ ଅନ୍ୟାନ୍ୟ ଦେଶର ଉଦ୍ଧାରକାରୀ ଟିମ୍ ସାମିଲ ହୋଇଛନ୍ତି। ବନ୍ୟା ପରିସ୍ଥିତିର ମୁକାବିଲା କରିବା ଲାଗି ନେପାଳକୁ ଭାରତ, ଚୀନ, ଆମେରିକା ଓ ଅନ୍ୟାନ୍ୟ ଦେଶ ପକ୍ଷରୁ ରିଲିଫ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯାଉଛି। ତେ​‌େ​‌ବ ଏହିସବୁ ରାଷ୍ଟ୍ର ରିଲିଫ ଓ ସହାୟତା ଦେଇ କାଠମାଣ୍ଡୁ ପ୍ରତି କୌଣସି ଦୟା କରୁନାହାନ୍ତି ବୋଲି ନେପାଳ ବୈଦେଶିକ ମନ୍ତ୍ରୀ ଶିଶିର ଖାନାଲ କହିଛନ୍ତି। ସେ କହିଛନ୍ତି ବନ୍ୟା ଯୋଗୁଁ ନେପାଳରେ ଯେଉଁ କ୍ଷତି ହୋଇଛି ସେଥିପାଇଁ ଭାରତ, ଚୀନ ଓ ଆମେରିକା କ୍ଷତିପୂରଣ ଦେବା ଦରକାର। ​ଶିଶିର ଖାନାଲ କହିଛନ୍ତି ଯେ ​‌େ​‌ନପାଳରେ ଯେଉଁ ବନ୍ୟା ସୃଷ୍ଟି ହୋଇଛି ତାହା ଜଳବାୟୁ ପରିବର୍ତ୍ତନ କାରଣରୁ ହୋଇଛି। ଭାରତ, ଚୀନ ଓ ଆମେରିକା ଭଳି ବିକାଶଶୀଳ ରାଷ୍ଟ୍ରଗୁଡିକ ଯୋଗଁୁ ହେଉଥିବା ଗ୍ରୀନହାଉସ୍ ଗ୍ୟାସ ନିର୍ଗମନରୁ ଜଳବାୟୁ ପରିବର୍ତ୍ତନ ହେଉଛି। ଏହି ଜଳବାୟୁ ପରିବର୍ତ୍ତନ କାରଣରୁ ହିମସ୍ଖଳନ ଓ ହିମବାହ ତରଳି ପାହାଡୀ ବନ୍ୟା ଆସୁଛି। ଆଉ ନେପାଳ ଏହି ବନ୍ୟାର ସର୍ବାଧିକ ଶିକାର ହେଉଛି। ଗ୍ରୀନହାଉସ୍ ଗ୍ୟାସ ନିର୍ଗମନରେ ନେପାଳର ଅବଦାନ ସବୁଠାରୁ କମ୍ ଏପରି କି ଶୂନ୍ୟ ହୋଇଥିବାବେଳେ ଏହା ଜଳବାୟୁ ପରିବର୍ତ୍ତନ ସର୍ବାଧିକ କ୍ଷତି ସହୁଛି। ତେଣୁ ଏହି କ୍ଷତି ପାଇଁ ଭାରତ, ଚୀନ ଓ ଆମେରିକା କ୍ଷତିପୂରଣ ଦିଅନ୍ତୁ ବୋଲି ନେପାଳ ଦାବି କରିଛି। ହିମସ୍ଖଳନ କାରଣରୁ ଭୋଟେକୋଶୀ ନଦୀ ଅବବାହିକାରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ନେପାଳରେ ବ୍ୟାପକ ଧନ ଓ ଜୀବନ ହାନି ହୋଇଛି। ନେପାଳ କହିଛି ଯେ ଦେଶର ଏହି ବିପତ୍ତି ପାଇଁ ଦାୟୀ ଥିବା ବଡ଼ ଶିଳ୍ପପ୍ରଧାନ ଦେଶଗୁଡ଼ିକ କ୍ଷତିପୂରଣ ଦେବା ଉଚିତ୍। ନେପାଳ ଜାତିସଂଘର ‘ଫଣ୍ଡ୍ ଫର୍ ରେସପଣ୍ଡିଂ ଟୁ ଲସ୍ ଆଣ୍ଡ୍ ଡାମେଜ୍’ ବୋର୍ଡକୁ ଜରୁରିକାଳୀନ ଆର୍ଥିକ ସହାୟତା ପାଇଁ ଆବେଦନ କରିଛି।

Breaking News