Report Card Odisha

| Daily Odia News

ଶେଖ୍ ହସିନାଙ୍କ ୭ ସହଯୋଗୀଙ୍କୁ ମୃତ୍ୟୁ ଦଣ୍ଡାଦେଶ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗତ ୨୦୨୪ ବାଂଲାଦେଶ ଗଣବିପ୍ଳବ ସମୟରେ ସରକାରୀ ପକ୍ଷରେ ସାମିଲ ଥିବା ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ୭ ଜଣ ଘନିଷ୍ଠ ସହଯୋଗୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛି ସେଠାକାର ଏକ ଟ୍ରିବ୍ୟୁନାଲ । ଜଷ୍ଟିସ ନଜରୁଲ ଇସଲାମ ଚୌଧୁରୀଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ଏହି ୭ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ମହମ୍ମଦ ଅଲ୍ଲୀ ଆରାଫତ ଓ ଆୱାମୀ ଲିଗ୍ ପାର୍ଟିର ସାଧାରଣ ସମ୍ପକଦକ ଓବିଦୁଲ କାଦିର । ପୂର୍ବରୁ ଏହି ମାମଲାରେ ୨୨ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଯାଇ ସାରିଛି, ଯହା ମଧ୍ୟରେ ଖୋଦ୍ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ହସିନା ଅନ୍ୟତମ । ଟ୍ରିବ୍ୟୁନାଲଙ୍କ ଆଗରେ ପ୍ରତିପକ୍ଷ ଓକିଲ ଯୁକ୍ତି ଦର୍ଶାଇଥିଲେ ଯେ, ଯେହେତୁ ଏହି ବ୍ୟକ୍ତିବିଶେଷମାନେ ପ୍ରତ୍ୟକ୍ଷ ଭାବେ କୌଣସି ହତ୍ୟାକାଣ୍ଡରେ ସାମିଲ ନ ଥିଲେ, ତେଣୁ ସେମାନଙ୍କ ମୃତ୍ୟୁଦଣ୍ଡକୁ କୋହଳ କରାଯାଉ । ତେବେ କୋର୍ଟ ତାଙ୍କ ରାୟରେ ୭ ଜଣଙ୍କ ମୃତ୍ୟୁ ଦଣ୍ଡାଦେଶକୁ କାଏମ ରଖିଥିଲେ । ଉଲ୍ଲେଖଯୋଗ୍ୟ ଯେ, ୨୦୨୪ ମସିହାରେ ବାଂଲାଦେଶରେ ସରକାର ପରିବର୍ତନ ପାଇଁ ଏକ ଗଣବିପ୍ଳବ ସଂଘଟିତ ହୋଇଥିଲା, ଯେଉଁଥିରେ ପ୍ରାୟ ୧୪୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାର ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତ ଚାଲିଆସି ଏଠାରେ ଅବସ୍ଥାନ କରୁଛନ୍ତି । ଆସନ୍ତା ଡିସେମ୍ବର ମାସରେ ସେ ନିଜ ଦେଶ ବାଂଲାଦେଶକୁ ଫେରିଯିବେ ବୋଲି ଶେଖ ହସିନା ଘୋଷଣା କରିସାରିଛନ୍ତି ।

Breaking News