Report Card Odisha

| Daily Odia News

ଏମାନଙ୍କର କଟିଯିବ ଗ୍ୟାସ କନେକ୍ସନ!…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

LPG ଗ୍ୟାସ ଉପଭୋକ୍ତାଙ୍କ ପାଇଁ ଜରୁରୀ ଖବର। ଗ୍ୟାସ କନେକ୍ସନର e-KYC କରାଇବା ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି। ସର୍ଭର ସମସ୍ୟା ଯୋଗୁ ପ୍ରଥମେ ୭ ସେପ୍ଟେମ୍ବରର ଡେଡଲାଇନକୁ ବଢ଼ାଇ ୧୪ ସେପ୍ଟେମ୍ବର କରାଯାଇଥିଲା। ଏବେ ୧୪ ସେପ୍ଟେମ୍ବରର ସମୟସୀମା ମଧ୍ୟ ଶେଷ ହୋଇଛି। ଏହା ପରେ ଯେଉଁ ଉପଭୋକ୍ତାମାନେ ଏପର୍ଯ୍ୟନ୍ତ e-KYC କରାଇନାହାନ୍ତି, ସେମାନଙ୍କ ମନରେ ଗ୍ୟାସ କନେକ୍ସନକୁ ନେଇ ଅନେକ ପ୍ରଶ୍ନ ରହିଛି। ବିଶେଷକରି ଡେଡଲାଇନ ଶେଷ ହେବା ପରେ କନେକ୍ସନ କଟିଯିବ କି ନାହିଁ, ତାହାକୁ ନେଇ ଚିନ୍ତା ବଢ଼ିଛି। LPG e-KYCର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ୟାସ କନେକ୍ସନର ଉପଭୋକ୍ତାଙ୍କ ପରିଚୟ ଯାଞ୍ଚ କରିବା ଏବଂ ଏକାଧିକ କିମ୍ବା ଜାଲି ନାମରେ ଥିବା କନେକ୍ସନକୁ ଚିହ୍ନଟ କରିବା। ଏହା ମାଧ୍ୟମରେ ସରକାରୀ ସବସିଡିର ଲାଭ ପ୍ରକୃତ ଯୋଗ୍ୟ ଉପଭୋକ୍ତାଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟ ରହିଛି। e-KYC କରାଇନଥିବା ଉପଭୋକ୍ତାଙ୍କ ଗ୍ୟାସ କନେକ୍ସନ ଡେଡଲାଇନ ଶେଷ ହେବା ମାତ୍ରେ କଟିଯିବ ବୋଲି ନୁହେଁ। ଅର୍ଥାତ୍‌୧୫ ସେପ୍ଟେମ୍ବରରୁ ସିଧାସଳଖ ଗ୍ୟାସ କନେକ୍ସନ ବନ୍ଦ ହୋଇଯିବ ନାହିଁ।ତେବେ e-KYC ଅପଡେଟ ନଥିଲେ ଆଗାମୀ ଦିନରେ LPG ସିଲିଣ୍ଡର ବୁକିଂ କିମ୍ବା ସବସିଡି ପାଇବାରେ ସମସ୍ୟା ହୋଇପାରେ। ତେଣୁ ଯେଉଁ ଉପଭୋକ୍ତା ଏପର୍ଯ୍ୟନ୍ତ ଥରେ ବି e-KYC କରାଇନାହାନ୍ତି, ସେମାନେ ଏହାକୁ ଶୀଘ୍ର ପୂରଣ କରିବା ଆବଶ୍ୟକ। ଯଦି କୌଣସି ଉପଭୋକ୍ତା ନିକଟରେ e-KYC ପ୍ରକ୍ରିୟା ପୂରଣ କରିସାରିଛନ୍ତି, ତେବେ ତାଙ୍କୁ ତୁରନ୍ତ ପୁଣି e-KYC କରିବାର ଆବଶ୍ୟକତା ନାହିଁ। ଏହି ଡେଡଲାଇନ ମୁଖ୍ୟତଃ ସେହି ଉପଭୋକ୍ତାଙ୍କ ପାଇଁ, ଯେଉଁମାନେ ଏପର୍ଯ୍ୟନ୍ତ ଥରେ ମଧ୍ୟ e-KYC କରାଇନାହାନ୍ତି। ତେବେ ସମୟ ସମୟରେ KYC ଅପଡେଟ କରିବାର ଆବଶ୍ୟକତା ରହିପାରେ। ତେଣୁ ନିଜ LPG କନେକ୍ସନର KYC ସ୍ଥିତି ଯାଞ୍ଚ କରି ରଖିବା ଉପଭୋକ୍ତାଙ୍କ ପାଇଁ ଜରୁରୀ।

Breaking News