ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗତ ୩ଦିନ ପୂର୍ବେ ଭାରତ ସହ ବାଣିଜ୍ୟ କରିବାକୁ ପାକିସ୍ତାନ ନିଷ୍ପତି ନେଇ ଥିବାବଳେ ପୁଣି ଦୋହରାଇଛି | ସାମ୍ପ୍ରତିକ ପରିସ୍ଥିତିରେ ଭାରତ ସହ କୌଣସି ବାଣିଜ୍ୟ ସମ୍ବନ୍ଧୀୟ ଅଗ୍ରଗତି କରିହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ କହିଛନ୍ତି। ପଡ଼ୋଶୀ ଦେଶ ଭାରତରୁ ତୁଳା ଓ ଚିନି ଆମଦାନି ସଂକ୍ରାନ୍ତରେ ତାଙ୍କ କ୍ୟାବିନେଟ୍ର ପ୍ରମୁଖ୍ୟ ସଦସ୍ୟମାନଙ୍କ ସହ ପରାମର୍ଶ କରିବା ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ଗଣମାଧ୍ୟମର ଏକ ରିପୋର୍ଟରୁ ଜଣାପଡ଼ିଛି। ପାକିସ୍ତାନର ଅଗ୍ରଣୀ ଖବରକାଗଜ ରେ ପ୍ରକାଶ ପାଇଛି ଯେ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ କ୍ୟାବିନେଟ୍ ସହ ପରାମର୍ଶ ପରେ ପଦକ୍ଷେପ ଗ୍ରହଣ କରିବା ଲାଗି ସମ୍ପୃକ୍ତ ବିଭାଗମାନଙ୍କୁ ବାଣିଜ୍ୟ ମନ୍ତ୍ରାଳୟ ଏବଂ ତାଙ୍କ ଅର୍ଥନୈତିକ ଟିମ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭାରତରୁ ତୁଳା ଓ ଚିନି ଆମଦାନୀ କରାଯିବା ନିଷ୍ପତ୍ତି ସଂକ୍ରାନ୍ତରେ କ୍ୟାବିନେଟ୍ ବୈଠକର ଆଜେଣ୍ଡାରେ ନ ଥିଲେ ମଧ୍ୟ କ୍ୟାବିନେଟ୍ ସଦସ୍ୟମାନେ ଓ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗ ସମୀକ୍ଷା କରିବା ଲାଗି ‘ଇକୋନୋମିକ୍ କୋଅର୍ଡିନେସନ୍ କମିଟି’କୁ ନିର୍ଦ୍ଦେଶ ଦେଇଛନ୍ତି। ‘ଇସିସି’ ଏହାର ସମୀକ୍ଷା କରି ଆବଶ୍ୟକ ସଂଶୋଧନ ଏବଂ ଚୂଡ଼ାନ୍ତ ଅନୁମୋଦନ ନିମନ୍ତେ ରିପୋର୍ଟ ପ୍ରଦାନ କରିବ।






More Stories
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….
ଅଟକ ନେତାଙ୍କୁ ଛାଡ଼ିବାକୁ ୱାଙ୍ଗଚୁକଙ୍କ ଚେତାବନୀ….
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..