Report Card Odisha

| Daily Odia News

ରାଜ୍ୟର ୧୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି | ଗତ ୨୪ ଘଣ୍ଟା ମଧ୍ୟରେ ୪୫୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଏହି ସଂକ୍ରମକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତତ୍ପର ଦେଖାଇଛନ୍ତି | ସଂକ୍ରମଣକୁ ଏଡେଇବା ପାଇଁ ରାଜ୍ୟର ୧୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି | ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର , ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି | ରାତି ୧୦ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି | ଆସନ୍ତା ୫ ତାରିଖରୁ ଅନ୍ୟାଦେଶ ଯାଏଁ ଲାଗୁ ହେବ ନାଇଟ୍ କର୍ଫ୍ୟୁ | କରୋନା ସଂକ୍ରମଣ ବୃଦ୍ଧି ପରେ ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ନିର୍ଦ୍ଦେଶ ଦେଇଛନ୍ତି | ସବୁ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ୍ ବନ୍ଦ ରହିବ | କେବଳ କର୍ଫ୍ୟୁ ବେଳେ ଜରୁରୀ କାର୍ଯ୍ୟକଳାପ ଛାଡ଼ି ଯାତାୟତ ଉପରେ ବି କଟକଣା ପୂର୍ବଭଳି ଜରୁରୀକାଳୀନ ସେବା ଓ କର୍ମଚାରୀ କଟକଣା ମୁକ୍ତ | ପେଟ୍ରୋଲ ପମ୍ପ, ସିଏନ୍‌ଜି ଷ୍ଟେସନ ଖୋଲା ରହିବ | ହୋମ୍ ଡେଲିଭରିକୁ ଅନୁମତି ଥିବା ବେଳେ ନାଇଟ୍ କର୍ଫ୍ୟୁ ବେଳେ ସବୁ ଶିଳ୍ପ କାରଖାନା ଖୋଲା ରହିବ | ମେଡିକାଲ ଓ ଅନ୍ୟ ଜରୁରୀ କାମରେ ଯିବାକୁ ଅନୁମତି ମିଳିଛି |

Breaking News