ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ କୋଭିଡ ସଂକ୍ରମଣ ମୁକାବିଲା ଲାଗି ଆଜି ବସିବ ସର୍ବଦଳୀୟ ବୈଠକ । ସ୍ଥିତି ମୁକାବିଲା ଲାଗି ସନ୍ଧ୍ୟା ୫.ଟା ୩୦ରେ ଏକାଠି ହେବେ ବିରୋଧୀ ଓ ଶାସକ । ରାଜ୍ୟରେ କୋଭିଡ ସ୍ଥିତି କିପରି ରହିଛି ଓ ଦ୍ବିତୀୟ ଲହରରେ କୋଭିଡ ପରିଚାଳନା ଲାଗି ଆଉ କଣ କରିହେବ ସେନେଇ ବିଧାୟକ ମାନଙ୍କ ପ୍ରସ୍ତାବ ଲୋଡିଛନ୍ତି ସରକାର । ସେପଟେ ବୈଠକରେ କୋଭିଡ ପରିଚାଳନାରେ କେଉଁଠି ତ୍ରୁଟି ରହିଛି ଓ ସଂକ୍ରମଣ ରୋକିବାକୁ ସରକାର କଣ ପଦକ୍ଷେପ ଦରକାର ସେନେଇ ବିରୋଧୀ କାଲି ସରକାରଙ୍କ ପାଖରେ ପ୍ରସ୍ତାବ ରଖିବେ ବୋଲି କହିଛନ୍ତି । କରଣର ଦ୍ବିତୀୟ ଲହରକୁ କିପରି ମୁକାବିଲା କରିହେବ ସେ ବାବଦରେ ଆଲୋଚନା ହେବ । ସର୍ବଦଳୟୀର ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବିଧାନସଭାରେ କାଲିର ସର୍ବଦଳୀୟ ବୈଠକରେ ବିଧାୟକମାନେ ସରକାରଙ୍କୁ କୋଭିଡ ମୁକାବିଲା ପରିଚାଳନା ନେଇ ପ୍ରସ୍ତାବ ରଖିବେ ।






More Stories
ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ପରିଚୟ ପତ୍ର ବାଧ୍ୟତାମୂଳକ…..
ରାହୁଲଙ୍କ ସମେତ ୨୫ କଂଗ୍ରେସ ଏମ୍ପିଙ୍କୁ ଗୁଳି କରିବାକୁ ଧମକ……
୩୧ଟି ନୂଆ ଜିଲ୍ଲା ପାଇଁ ସରକାରଙ୍କୁ ପ୍ରସ୍ତାବ…..