ରିପୋର୍ଟ କାର୍ଡ / ଭୁବନେଶ୍ୱର
ଜାତୀୟ ରାଜଧାନୀ ଦିଲ୍ଲୀରୁ ଚୋରି କରି ରାଜଧାନୀ ଭୁବନେଶ୍ୱରରୁ ଗିରଫ ହେଲେ ମହିଳା । ଦିଲ୍ଲୀରୁ କୋଟିଏ ଟଙ୍କାର ସୁନା ଗହଣା ଚୋରି କରି ଖସି ଆସିଥିବା ଜଣେ ମହିଳାଙ୍କୁ ଭୁବନେଶ୍ୱର ସାଳିଆ ସାହିରୁ ତାଙ୍କୁ ଗିରଫ କରିଛି ପୋଲିସ । କମିଶନରେଟ ପୋଲିସ ସହାୟତରେ ମହିଳାଙ୍କୁ ବାନ୍ଧିଛି ଦିଲ୍ଲୀ ପୋଲିସ । ଜବତ ହୋଇଛି ଚୋରି କରି ଆଣିଥିଲେ ହୀରା ଓ ସୁନା ଗହଣା । ଦିଲ୍ଲୀ ପୋଲିସର ଏକ ତିନି ଜଣିଆ ଟିମ୍ ମଙ୍ଗଳବାର ଭୁବନେଶ୍ୱରରେ ପହଞ୍ଚିଥିଲେ । କ୍ୟାପିଟାଲ୍ ଥାନା ପୋଲିସ ସହୟତାରେ ସାଲିଆ ସାହିରେ ଚଢ଼ାଉ କରି ମହିଳାଙ୍କୁ ଗିରଫ କରାଯାଇଛି । ମହିଳା ଜଣଙ୍କ ଦିଲ୍ଲୀରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଘରେ କାମ କରୁଥିଲେ । ସେଠାରୁ କୋଟିଏ ଟଙ୍କାର ହୀରା, ସୁନା ଅଳଙ୍କାର ଧରି ଚମ୍ପ ମାରିଥିଲେ ଓଡ଼ିଶା । ଗିରଫ ମହିଳାଙ୍କୁ ଟ୍ରାନଜିଟ୍ ରିମାଣ୍ଡରେ ନେଇଛି ଦିଲ୍ଲୀ ପୋଲିସ ।






More Stories
ବଳାତ୍କାର ପରେ ହତ୍ୟା ମାମଲା: ଅଭିଯୁକ୍ତ ଏନକାଉଣ୍ଟରରେ ନିହତ…..
ପ୍ରେମିକ ସହ ମିଶି ସ୍ବାମୀ କୁ ହତ୍ୟା କଲା ସ୍ତ୍ରୀ…..
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……