Report Card Odisha

| Daily Odia News

ପେଗାସସ୍ ଓ କୃଷି ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀଙ୍କ ଦାବି,ବିଜେପି ନିଜ ଜିଦରେ ଅଟଳ …..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପେଗାସସ୍ ଓ ଚାଷୀଙ୍କ ସମସ୍ୟାକୁ ନେଇ ସଂସଦର ମୌସୁମୀ ଅଧିବେଶନ ସରହରମ ରହିଛି । କୃଷି ଆଇନକୁ ନେଇ ବିରୋଧୀ ସରକାରଙ୍କୁ ସମାଲୋଚନା କରିଛନ୍ତି। ବିରୋଧୀ ଏ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଦାବି କରୁଥିବାବେଳେ ଶାସକ ଦଳ ବିଜେପି ନିଜ ଜିଦରେ ଅଟଳ ରହିଛି । ଆଜି ରାଜ୍ୟସଭା ଆରମ୍ଭରୁ ବିରୋଧୀ ଗୃହରେ ହୋହଲ୍ଲା କରିଥିଲେ | ଫଳରେ ବଚସ୍ପତି ଗୃହ କୁ ଅପରାହ୍ନ ୧୨ଟା ଯାଏଁ ମୁଲତବି ରଖିଥିଲେ । ରାଜ୍ୟସଭା ବାହାରେ ଅକାଳୀ ଦଳର ସାଂସଦମାନେ କୃଷି ଆଇନକୁ ନେଇ ପ୍ରତିବାଦ କରିବା ସହ ଆଇନ୍ ପ୍ରତ୍ୟାହାର ପାଇଁ ଦାବି କରିଥିଲେ । ସେପଟେ ଲୋକସଭାରେ ପେଗାସସ୍ ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀ ଅଡି ବସିଥିଲେ, ଗୃହରେ ଖେଲା ହବେର ନାରା ଲଗାଇଥିଲେ କଂଗ୍ରେସ, ଟିଏମସି ସହ ଅନ୍ୟ ବିରୋଧୀ ସାଂସଦ । ଯାହାଫଳରେ ଗୃହ ମୁଲତବି କରିଥିଲେ ବାଚସ୍ପତି । ମୋଦି ସରକାର ଜାଣିଶୁଣି ଗୃହ ଚଲାଇ ଦେଉନଥିବା ଅଭିଯୋଗ କରିଛନ୍ତି ବିରୋଧୀ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କହିଛନ୍ତି, ପ୍ରଥମେ ସଂସଦରେ ପେଗସସ ପ୍ରସଙ୍ଗରେ ଆଲୋଚନା ହେଉ । କାରଣ ଏହି ପ୍ରସଙ୍ଗ ଦେଶର ସୁରକ୍ଷା ସହ ଜଡିତ ଅଟେ । ଏଣୁ ସରକାର ଯେ ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ଆଲୋଚନା କରି ନାହାଁନ୍ତି ବିରୋଧୀ ପଛକୁ ହଟିବେ ନାହିଁ ବୋଲି କହିଛନ୍ତି ରାହୁଲ ଗାନ୍ଧିଙ୍କ ସହ ତମାମ ବିରୋଧୀ । ପେଗାସସକୁ ବ୍ୟବହାର କରି ପ୍ରଧାନମନ୍ତ୍ରୀ ଦେଶର ଗଣତନ୍ତ୍ର ଆତ୍ମାକୁ କୁଠାରଘାତ କରିଥିବା ସେ କହିଛନ୍ତି

Breaking News