Report Card Odisha

| Daily Odia News

୨୦୦ ମିଟରରେ ବି ନିରାଶ କଲେ ଦୂତୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଟୋକିଓ ଅଲିମ୍ପିକ୍ସ ୨୦୦ ମିଟରରେ ବି ନିରାଶ କଲେ ଦୂତୀ ଚାନ୍ଦ । ପୂର୍ବରୁ ୧୦୦ ମିଟରରେ ନିଶାର କରିଥିବା ବେଳେ ସୋମବାର ସେ ୨୦୦ ମିଟର ସେମିଫାଇନାଲକୁ ଯୋଗ୍ୟତା ହାସଲ କରିପାରି ନାହାନ୍ତି । ସେ ନିଜ ହିଟର ସପ୍ତମ ସ୍ଥାନରେ ରହିଥିଲେ । ୨୦୦ ମିଟରରେ ଚତୁର୍ଥ ହିଟରେ ଦୌଡ଼ିଥିଲେ ଦୂତୀ । ୨୦୦ ମିଟର ଅତିକ୍ରମ କରିବା ପାଇଁ ଦୂତୀ ନେଇଥିଲେ ୨୩.୮୫ ସେକେଣ୍ଡ । ଚଳିତ ସିଜିନରେ ଏହା ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ । ୨୦୦ ମିଟରେ ପୂର୍ବରୁ ଦୂତୀଙ୍କର ଶ୍ରେଷ୍ଠ ଟାଇମିଂ ଥିଲା ୨୩.୦୦ ସେକେଣ୍ଡ । ପ୍ରଥମ ତିନି ଜଣ ଆଥଲେଟ୍ ସେମି ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ପୂର୍ବରୁ ଶହେ ମିଟର ରେସରେ ବି ଫେଲ୍ ମାରିଥିଲେ ଦୂତୀ । ନିଜ ନାଁରେ ଥିବା ଜାତୀୟ ରେକର୍ଡ ଅନୁସାରେ ପ୍ରଦର୍ଶନ କରିପାରି ନଥିଲେ । ଶହେ ମିଟର ୧୧.୫୪ ସେକେଣ୍ଡରେ ଦୌଡ଼ିଥିଲେ । କିନ୍ତୁ ଏହି ଇଭେଣ୍ଟରେ ଦୂତୀଙ୍କର ବ୍ୟକ୍ତିଗତ ରେକର୍ଡ ୧୧.୧୭ ସେକେଣ୍ଡ ରହିଛି । ଏଥିସହ ଅଲିମ୍ପିକ୍ସରେ ଶେଷ ହୋଇଛି ଦୂତୀଙ୍କ ଅଭିଯାନ ।

Breaking News