ରିପୋର୍ଟ କାର୍ଡ / ଭୁବନେଶ୍ଵର
ବାତ୍ୟାକୁ ଦୃଷ୍ଟିରେ ରଖି ଛାତ୍ରୀଛାତ୍ରଙ୍କ ସୁରକ୍ଷା ପାଇଁ ରାଜ୍ୟର ୧୦ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ୬ ଜିଲ୍ଲାରେ ୩ ଦିନ ଓ ୪ ଜିଲ୍ଲାରେ ୨ ଦିନ ସ୍କୁଲ ଯିବେନି ଛାତ୍ରୀଛାତ୍ର। ଗଞ୍ଜାମ, ଗଜପତି, ପୁରୀ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା ଓ କନ୍ଧମାଳ ଜିଲ୍ଲାରେ ୧୯ ରୁ ୨୧ ତାରିଖ ଯାଏ ତିନିଦିନ ସ୍କୁଲରେ ପାଠପଢ଼ା ବନ୍ଦ କରାଯାଇଥିବାବେଳେ ଖୋର୍ଦ୍ଧା, ମାଲକାନଗିରି, କୋରାପୁଟ ଏବଂ ରାୟଗଡା ଜିଲ୍ଲାରେ ୧୯ ଓ ୨୦ ତାରିଖରେ ସ୍କୁଲ ସହ ଅଙ୍ଗନଓ୍ୱାଡ଼ି କେନ୍ଦ୍ରକୁ ଛୁଟି କରାଯାଇଛି। ଆବଶ୍ୟକ ପଡ଼ିଲେ ପରିସ୍ଥିତିର ସମୀକ୍ଷା କରି ଛୁଟି ଅବଧି ବୃଦ୍ଧି କରିବାକୁ ଜିଲ୍ଲାପାଳମାନେ ନିଷ୍ପତ୍ତି ନେଇପାରିବେ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍ଆର୍ସି)ଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି।






More Stories
ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ! ହାଇ ଆଲର୍ଟ…..
୪ ଆଇଏଏସ୍ ଙ୍କୁ ଦାୟିତ୍ୱ….
ନରସାପୁର-ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା…..