ରିପୋର୍ଟ କାର୍ଡ / ଭୁବନେଶ୍ୱର
ଅଗଷ୍ଟ ଅନଲକ୍ ରେ ରାଜ୍ୟର ବିଭିନ୍ନ ସ୍ଥାନରେ ଛୋଟ ବଡ଼ ମନ୍ଦିର ଖୋଲିଛି । ତେବେ କେବେ ଶ୍ରୀମନ୍ଦିର ଖୋଲିବ ସେନେଇ ଆଜି ନିଆଯିବ ନିଷ୍ପତ୍ତି । ଆଜି ଛତିଶା ନିଯୋଗ ବୈଠକ ବସିବ । ଖବର ଅନୁଯାୟୀ, ରାଜ୍ୟରେ କରୋନାର ୨ୟ ଲହର ସଂକ୍ରମଣକୁ ଦେଖି ପୁରୀ ମନ୍ଦିରରେ ସାଧାରଣ ଦର୍ଶନ ଉପରେ ରୋକ ଲଗାଇଥିଲା ପ୍ରଶାସନ । କେବଳ ମନ୍ଦିରରେ ପୂଜାର୍ଚ୍ଚନା ଜାରି ରହିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିଲା । ରାଜ୍ୟର ସମସ୍ତ ମନ୍ଦିର ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି କିନ୍ତୁ ମନ୍ଦିର ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳ ନେଇପାରିବେ । ଏହିପରିପେକ୍ଷୀରେ ରାଜ୍ୟରେ ଧିରେ ଧୀରେ ସମସ୍ତ ମନ୍ଦିର ଖୋଲିବାରେ ଲାଗିଛି । ତେବେ ଏବେ ବାକି ରହିଲା ଶ୍ରୀମନ୍ଦିର । ଆଗାମୀ ଦିନରେ ମନ୍ଦିର ଖୋଲିବା ନେଇ ଯେଉଁ ସସ୍ପେନ୍ସ ଜାରି ରହିଛି । ତାହା ଆଜି ଶେଷ ହେବ । ଆଜି ଛତିଶା ନିଯୋଗ ବୈଠକ ବସିବାକୁ ଯାଉଛି । ଏଥିରେ ମନ୍ଦିର ଖୋଲିବା ଉପରେ ନିଷ୍ପତ୍ତି ନିଆଯିବାର ସୂଚନା ରହିଛି ।






More Stories
ଘୁଞ୍ଚିଲା ଯୁକ୍ତ ଦୁଇ ଫର୍ମ ପୂରଣର ତାରିଖ……
ରାଫେଲରେ ଉଡିଲେ ରାଷ୍ଟ୍ରପତି……
ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷିବ……