ରିପୋର୍ଟ କାର୍ଡ / ଭୁବନେଶ୍ୱର
ମଙ୍ଗଳବାର ଟୋକିଓ ଅଲିମ୍ପିକ୍ସ ସେମିଫାଇନାଲରେ ଭାରତୀୟ ପୁରୁଷ ହକି ଦଳ ବେଲଜିୟମଠାରୁ ୨-୫ ଗୋଲରେ ପରାସ୍ତ ହୋଇଛି। ହାରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ହକି ଟିମ୍ର ମନୋବଳ ବଢ଼ାଇଛନ୍ତି। ସେମିରେ ବିଶ୍ୱ ଚାମ୍ପିୟନ ବେଲଜିୟମ ସହ ହୋଇଥିବା କଡ଼ା ଟକ୍କରରେ ଖୁବ୍ ସାହସିକତାର ସହ ଭାରତୀୟ ଟିମ୍ ପ୍ରଦର୍ଶନ କରିଛି ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି। ଖେଳପ୍ରେମୀଙ୍କୁ ଭାରତୀୟ ହକି ଟିମ୍ର ଏହି ପ୍ରୟାସ ଖୁବ୍ ଉତ୍ସାହିତ କରିଛି। ସେମିରେ ହାରିବା ପରେ ଏବେ ବ୍ରୋଞ୍ଜ ପଦକ ପାଇଁ ଖେଳିବ ଟିମ୍ ଇଣ୍ଡିଆ। ସେଥିପାଇଁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ୨୦୧୮ରୁ ଓଡ଼ିଶା ଭାରତୀୟ ହକି ଟିମ୍ ପ୍ରାୟୋଜକ ଅଛି । ହକି ପାଇଁ ଓଡ଼ିଶାର ଅବଦାନ ମଧ୍ୟ ଅନନ୍ୟ । ଓଡ଼ିଶାରୁ ପୁରୁଷ ହକି ଟିମ୍ରେ ଉପଅଧିନାୟକ ବୀରେନ୍ଦ୍ର ଲାକ୍ରା ଥିବା ବେଳେ ମହିଳା ଟିମ୍ରେ ଦୀପ୍ ଗ୍ରେସ୍ ଏକ୍କା ଅଛନ୍ତି।
Discussion about this post