ରିପୋର୍ଟ କାର୍ଡ / ପାଟଣା
ପାରିବାରିକ କଳହ ଭୟଙ୍କର ରୂପ ନେଇଛି | ଏହି କଳହ ଉଗ୍ର ରୂପ ନେଇଛି | ଏଭଳି ଘଟଣା ଦେଖିବାକୁ ମିଳିଛି ବିହାରର ପାଟନାରେ । ଘରେ ଶୋଇଥିବା ବେଳେ ଛୁରୀରେ ସ୍ବାମୀଙ୍କ ଯୌନାଙ୍ଗ କାଟିଦେଇଛି ନୃଶଂସ ସ୍ତ୍ରୀ । ଶୋଇଥିବା ଅବସ୍ଥାରେ ଏପରି ହୋଇଥିବାରୁ ହଠାତ୍ କିଛି ଜାଣିପାରିନଥିଲେ ବ୍ୟକ୍ତିଜଣକ । ପରେ ଜୀବନ ବଞ୍ଚାଇବାକୁ ଘରୁ ଦୌଡି ପଳାଇଥିଲେ । ଘର ନିକଟରେ ଥିବା ଫୁଲଓ୍ବାରୀ ପୋଲିସ ଷ୍ଟେସନ୍କୁ ଦୌଡି ପଳାଇଥିଲେ ପୀଡିତ ବ୍ୟକ୍ତି ଜଣକ । ପୋଲିସ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିବା ସୂଚନା ମିଳିଛି । ପ୍ରବଳ ରକ୍ତ ସ୍ରାବ ଯୋଗୁଁ ସେ ଗୁରୁତର ହୋଇପଡିଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ହସ୍ବିଟାଲରେ ଭର୍ତ୍ତି କରି ତଦନ୍ତ ଆରମ୍ଭ କରିଛି । ପୋଲିସ କହିବା ମୁତାବକ, ଜଣେ ବ୍ୟକ୍ତି ଅଧରାତିରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥାନାରେ ପହଞ୍ଚିଥିଲେ । ପ୍ରବଳ ରକ୍ତସ୍ରାବ ଯୋଗୁଁ ତାଙ୍କୁ ପ୍ରଥମେ ହସ୍ପିଟାଲକୁ ନେଇଥିଲା ପୋଲିସ । ଘଟଣାରୁ ପ୍ରକାଶ, ଉଭୟ ପତି ଏବଂ ପତ୍ନୀଙ୍କ ମଧ୍ୟରେ ବିଭିନ୍ନ ସମୟରେ କଳିଝଗଡା ଲାଗୁଥିଲା । ସ୍ଥାନୀୟ ଅଲାଓ୍ବା କଲୋନୀରେ ରହୁଥିବା ସ୍ବାମୀ ସ୍ତ୍ରୀ ବିଭିନ୍ନ କଥାକୁ ନେଇ ଝଗଡା ଲାଗୁଥିଲେ । କିନ୍ତୁ ପରେ ସମାଧାନ ମଧ୍ୟ ହେଉଥିଲା । କିନ୍ତୁ ଗତ ରାତିରେ କୌଣସି କାରଣରୁ ପୁଣି ଝଗଡା ଲାଗିବାରୁ ପ୍ରଥମେ ଖାଦ୍ୟରେ ବିଷ ଦେଇଥିଲା ନୃଶଂସ ପତ୍ନୀ । ପରେ ବ୍ୟକ୍ତିଜଣକ ଶୋଇସାରିବା ପରେ ତାଙ୍କର ପ୍ରାଇଭେଟ୍ ପାର୍ଟକୁ ଛୁରୀରେ କାଟିଦେଇଥିଲା । ହଠାତ୍ ନିଦ ଭାଙ୍ଗିବା ବେଳକୁ ରକ୍ତ ଜୁଡୁବୁଡୁ ହୋଇଯାଇଥିଲେ । ତଥାପି ଛାଡିନଥିଲା ପତ୍ନୀ । ଛୁରୀରେ ଆକ୍ରମଣ କରିବାକୁ ଉଦ୍ୟତ ହେବାରୁ ନିଜକୁ ବଞ୍ଚାଇବା ପାଇଁ ବ୍ୟକ୍ତିଜଣକ ମଧ୍ୟ ଆକ୍ରମଣ କରିଥିଲେ । ତେବେ ଅବସ୍ଥା ଗମ୍ଭୀର ହେବାରୁ ଜୀବନ ବଞ୍ଚାଇ ଦୌଡି ପଳାଇଥିଲେ । ଘଟଣାକୁ ନେଇ ଫୁଲଓ୍ବାରୀ ଥାନାଧିକାରୀ ରଫିକୁର ରେହମାନ୍ କହିଛନ୍ତି, ଗୁରୁତର ଅବସ୍ଥାରେ ସଂପୃକ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଜଘନ୍ୟ କାଣ୍ଡ ଭିଆଇ ଥିବା ପତ୍ନୀ ଫେରାର ହୋଇଯାଇଛି । ସେ ରହୁଥିବା ଘରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ପୋଲିସ । ଅଭିଯୁକ୍ତ ପତ୍ନୀକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି ଫୁଲଓ୍ବାରୀ ପୋଲିସ ।
More Stories
ବ୍ୟବଚ୍ଛେଦ ପରେ ହଲଚଲ ହେଲା ମୃତଦେହ…..
ସୁରକ୍ଷାକର୍ମୀଙ୍କ ଗୁଳିରେ ୧୦ ମାଓବାଦୀ ନିହତ…..
ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ, ୩୮ ମୃତ, ୨୯ ଆହତ……