Report Card Odisha

| Daily Odia News

ସଂସଦର ମୌସୁମି ଅଧିବେଶନରେ ବିଶୃଙ୍ଖଳା ସୃଷ୍ଟି କରିଥିବା ସାଂସଦଙ୍କ ବିରୋଧରେ ହେବେ କାର୍ଯ୍ୟାନୁଷ୍ଠାନ……

The Speaker of Lok Sabha, Shri Om Birla calling on the Vice President, Shri M. Venkaiah Naidu, in New Delhi on June 19, 2019.

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସଂସଦର ମୌସୁମି ଅଧିବେଶନର ଶେଷ ଦିନରେ ରାଜ୍ୟ ସଭାରେ ବିରୋଧୀ ହଙ୍ଗାମା କରିଥିଲେ | ଯାହାକି ଗୃହର ଗାରିମାକୁ ଆଘାତ ଦେଇଛି ବୋଲି ସରକାର କହିଛନ୍ତି। ଏହାକୁ ନେଇ ଗୁରୁବାର ସନ୍ଧ୍ୟାରେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ଏବଂ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ମଧ୍ୟରେ ସାକ୍ଷାତ ହୋଇଥିବା ବେଳେ ବିଚାର ବିମର୍ଷ ହୋଇଛି। ସଂସଦର ମର୍ଯ୍ୟାଦା ଭଙ୍ଗ କରିଥିବା ସାଂସଦଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ନେଇ ଉଭୟଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଥିବା ଜଣାପଡ଼ିଛି। କିଛି ସାଂସଦଙ୍କ ବ୍ୟବହାରକୁ ନେଇ ସେମାନେ ଚିନ୍ତା ବ୍ୟକ୍ତ କରିଛନ୍ତି। ଏଭଳି ବ୍ୟବହାର ବରଦାସ୍ତ କରାଯିବନି ବୋଲି କହିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଆଲୋଚନା ହୋଇଥିବା ନେଇ କୌଣସି ସୂତ୍ରରୁ ସୂଚନା ମିଳିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ସଂସଦର ଗାରିମା କ୍ଷୂର୍ଣ୍ଣ ହୋଇଥିବା ବେଳେ ନାଇଡୁ ଏବଂ ବିର୍ଲା ଘଟଣାରେ ବିସ୍ତୃତ ଯାଞ୍ଚ ପାଇଁ ମଧ୍ୟ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଅନ୍ୟପଟେ ରାଜ୍ୟସଭାରେ ଠେଲାପେଲା ଭିଡିଓ ସାମ୍ନାକୁ ଆସିବା ପରେ ରାଜ୍ୟସଭା ସଚିବାଳୟର ସ୍ବତନ୍ତ୍ର ନିର୍ଦେଶକଙ୍କ ରିପୋର୍ଟ ଆସିଛି। ବୀମା ବିଲ ଉପରେ ଚର୍ଚ୍ଚା ଆରମ୍ଭ ହେବା ମାତ୍ରେ ବିରୋଧୀ ସାଂସଦ ଟେବୁଲ ଉପରେ ଚଢ଼ି ବହି ପତ୍ର ଚିରି ଫିଙ୍ଗିଥିଲେ। ଏପରିକ ଚିରା କାଗଜ ଅଧ୍ୟକ୍ଷଙ୍କ ଉପରକୁ ପିଙ୍ଗିବାକୁ ଚେଷ୍ଟା କରିଥିଲେ। ତେଣୁ ସେମାନଙ୍କୁ ନିୟନ୍ତ୍ରଣ କରିବାକୁ ଅତିରିକ୍ତ ମାର୍ଶଲ ଡକାଯାଇଥିଲା। ଏହା ପରେ ସୁରକ୍ଷା ଅଧିକାରୀ କ୍ଷତି ରୋକିବାକୁ ଚେଷ୍ଟା କରିଥିଲେ। ସେତେବେଳେ ସୟଦ ନାସିର ହୁ​‌ସୈନ ପ୍ରଥମେ ସଞ୍ଜୟ ରାଓ୍ବତଙ୍କୁ ସୁରକ୍ଷା ଅଧିକାରୀଙ୍କ ଆଡ଼କୁ ଠେଲି ଦେଇ ପୁଣି ଟାଣି ନେଇଥିଲେ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ବିରୋଧୀ ସାଂସଦମାନେ ମାର୍ଶଲଙ୍କୁ ଦୁର୍ବ୍ୟହାର କରିଥିଲେ। ଜଣେ ମହିଳା ମାର୍ଶଲଙ୍କୁ ବି ଛାଡ଼ି ନଥିଲେ। ତାଙ୍କୁ ଟଣାଓଟରା କରାଯାଇଥିବା ମଧ୍ୟ ରିପୋର୍ଟରେ କୁହାଯାଇଛି।

 

Breaking News