ରିପୋର୍ଟ କାର୍ଡ / ଯାଜପୁର
ସାପ କାମୁଡ଼ିଲା ବୋଲି ସାପକୁ କାମୁଡ଼ି ମାରିଦେଲେ। ଏହାପରେ ସାପର ରକ୍ତ ପିଇବା ସହିତ ମୃତ ସାପକୁ ଧରି ଗାଁ ସାରା ବୁଲିଲେ।ଆପଣଙ୍କୁ ଶୁଣି ଆଚାର୍ଯ୍ୟ ଲାଗୁଛି ନା | ହଁ ଆଜ୍ଞା ଘଟଣାଟି ସତ ଅଟେ। ଏଭଳି କିଛି ଘଟଣା ଯାଜପୁର ଜିଲ୍ଲା ଦାନଗଦି ବ୍ଲକ୍ ଅନ୍ତର୍ଗତ ଶାଳିଜଙ୍ଗା ପାଞ୍ଚୟତ ଗମ୍ଭାରୀପାଟିଆ ଗାଁରେ। ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟା ୬ଟାରେ ୪୫ ବର୍ଷୀୟ କିଶୋର ବଦରା ବିଲରୁ ଘରକୁ ଫେରୁଥିଲେ। ଏହି ସମୟରେ ବାଟରେ ଏକ ଚିତି ସାପ ତାଙ୍କ ଡାହାଣ ଗୋଡ଼କୁ କାମୁଡ଼ି ଦେଇଥିଲା। ଏହା ପରେ କିଶୋର ପ୍ରତିଶୋଧ ପରାୟଣ ହୋଇ ସାପଟିକୁ ଧରି କାମୁଡ଼ି କାମୁଡ଼ି ମାରିବା ସହିତ ରକ୍ତ ପିଇ ଦେଇଥିଲେ। ଶେଷରେ ମୃତ ସାପଟିକୁ ଧରି ଘରକୁ ଫେରିଥିଲେ ଓ ସ୍ତ୍ରୀଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ଏପରିକି ସେ ମୃତ ସାପକୁ ଧରି ଗାଁରେ ବୁଲୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଗାଁ ଲୋକେ ତାଙ୍କୁ ଡାକ୍ତରଖାନା ଯିବା ପାଇଁ କହିଥିଲେ। ହେଲେ ସେ ଡାକ୍ତରଖାନା ନ ଯାଇ ଗୁଣିଆଙ୍କ ପାଖକୁ ଯାଇ ଝଡ଼ାଫୁଙ୍କା କରିଥିଲେ। ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି। କିଶୋର ବଦରା କହିଛନ୍ତି, ଗୋଡ଼କୁ ସାପଟି କାମୁଡ଼ି ଦେବା ପରେ ସାପକୁ ମୁଁ ତାକୁ ଧରି ପକାଇଥିଲି। ଟର୍ଚ୍ଚ ମାରି ଦେଖିଲା ପରେ ଜାଣିଲି ସେଇଟା ଗୋଟିଏ ଚିତି ସାପ। ଏହା ପରେ ତାକୁ କାମୁଡ଼ି ମାରି ଦେଇଥିଲି ଓ ତା’ ରକ୍ତ ବି ପିଇ ଦେଇଥିଲି। ଏବେ ସୁସ୍ଥ ଅଛି।






More Stories
ବିଜେପିର ଶପଥ ଗ୍ରହଣ ଉତ୍ସବ:ଦୁର୍ଗା ମୂର୍ତ୍ତିରୁ ମଞ୍ଚ ଉପରେ ଝାଲମୁଢି ପର୍ଯ୍ୟନ୍ତ….
୬ ସିଭିଲ ଜଜ୍ଙ୍କ ବଦଳି…..
ପଶ୍ଚିମବଙ୍ଗ ଗଲେ ମୁଖ୍ୟମନ୍ତ୍ରୀ…..