ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ତାଲିବାନ ବିରୋଧରେ ଏକାଠି ହେବେ ବିଶ୍ୱର ୭ ଶକ୍ତିଶାଳୀ ରାଷ୍ଟ୍ର | ଆଫଗାନିସ୍ତାନରେ ତାଲିବାନ ଶାସନକୁ ଆନ୍ତର୍ଜାତୀୟ ସ୍ତରରେ ଅନୁମୋଦନ କରାଯିବ କି ନାହିଁ ସେନେଇ ଆଜି ନିଆଯିବ ବଡ ନିଷ୍ପତ୍ତି । ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନ ଜି-୭ର ଜରୁରୀ ବୈଠକ ଡାକିଛନ୍ତି। କୁହାଯାଉଛି ଯେ ଆମେରିକାର ରାଷ୍ଟ୍ରପତି ଜୋ-ବିଡେନ ଜି -7 ଦେଶର ନେତାଙ୍କ ସହ ଏକ ଭର୍ଚୁଆଲ ବୈଠକରେ ସାମିଲ ହେବେ । ଏହି ବୈଠକରେ ତାଲିବାନ ବିଷୟରେ ଆଲୋଚନା ହେବାର ଆଶା କରାଯାଉଛି । ତାଲିବାନ ଦୁନିଆରେ ବିଚ୍ଛିନ୍ନ ହେବ ନା ଏହା ମାନ୍ୟତା ପାଇବ ସେନେଇ ଏକ ଆଲୋଚନା ହୋଇପାରେ । ଅଗଷ୍ଟ ୩୧ପରେ ମଧ୍ୟ ଆଫଗାନିସ୍ତାନରେ ରହିବାକୁ ଆମେରିକାର ନାଟୋ ଦେଶଗୁଡିକର ବାହିନୀ ବିଷୟରେ ଆଲୋଚନା ହୋଇପାରେ । ଏଥି ସହିତ ତାଲିବାନ ଚେତାବନୀ ଦେଇଛି ଯେ ଯଦି ନିର୍ଦ୍ଦିଷ୍ଟ ସମୟସୀମା ପରେ ମଧ୍ୟ ଆମେରିକା ଏବଂ ବ୍ରିଟେନ ଆଫଗାନିସ୍ତାନରେ ନିଜର ସୈନ୍ୟ ନ ହଟାନ୍ତି । ତେବେ ଏହାର ପରିଣାମ ଭୟଙ୍କର ହୋଇପାରେ ।
More Stories
ଓଟିଇଟି ରେଜଲ୍ଟ ପ୍ରକାଶ….
ସୁରକ୍ଷାକର୍ମୀଙ୍କ ଗୁଳିରେ ୧୦ ମାଓବାଦୀ ନିହତ…..
ରାଜ୍ୟରେ ହେବ ମତ୍ସ୍ୟ ଓ ପଶୁ ସମ୍ପଦ ବିଶ୍ୱବିଦ୍ୟାଳୟ…..