ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୭୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୪୪୮ ଓ ସ୍ଥାନୀୟ ସଂକ୍ରମିତ ୩୨୩ ଜଣ ରହିଛନ୍ତି। ଚିହ୍ନଟ ମୋଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ୧୧୭ ଜଣ ରହିଛନ୍ତି। ରାଜ୍ୟର ଅନୁଗୁଳ ଜିଲ୍ଲାରେ ୧୬, ବାଲେଶ୍ୱର ୪୧, ବରଗଡ ୩, ଭଦ୍ରକ ୧୫ ଓ ବଲାଙ୍ଗିରରେ ୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକ ଜିଲ୍ଲାରେ ୭୧, ଦେବଗଡ ୫, ଢେଙ୍କାନାଳ ୧୨, ଗଞ୍ଜାମ ୪, ଜଗତସିଂହପୁର ୨୬, ଯାଜପୁର ୩୪ ଓ ଝାରସୁଗୁଡା ଜିଲ୍ଲାରେ ୯ ଜଣ ଚିହ୍ନଟ ହୋଇଛନ୍ତି। କଳାହାଣ୍ଡି ଜିଲାରେ ୧, କେନ୍ଦ୍ରାପଡା ୧୪, କେନ୍ଦୁଝର ୫, ଖୋର୍ଦ୍ଧାରେ ୩୨୭ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି କୋରାପୁଟରେ ୧୧, ମାଲକାନଗିରି ୩, ମୟୁରଭଞ୍ଜ ୧୯, ନବରଙ୍ଗପୁର ୩, ନୟାଗଡ ୧୧, ନୂଆପଡାରେ ୧ ଚିହ୍ନଟ ହୋଇଛନ୍ତି। ପୁରୀରେ ୨୧, ରାୟଗଡା ୧୧, ସମ୍ବଲପୁର ୧୭, ସୁନ୍ଦରଗଡ ୧୩ ଓ ଷ୍ଟେଟପୁଲରୁ ୭୬ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଦିନକରେ ୫୭୪ ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସଂପ୍ରତି ୭୦୪୨ ସକ୍ରିୟ କରୋନା ରୋଗୀ ରହିଛନ୍ତି।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
ଭିଜିଲାନ୍ସ ଜାଲରେ ଏଏସଆଇ……