ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସ୍ୱିମିଂ ପୁଲ୍ରେ ମହିଳା କନଷ୍ଟେବଲଙ୍କ ସହ ଡିଏସ୍ପିଙ୍କ ଅଶ୍ଲୀଳ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଏହି ଭିଡିଓ ଭାଇରାଲ୍ ପରେ ରାଜସ୍ଥାନ ଉଦୟପୁରର ଏକ ରିସର୍ଟରୁ ଡିଏସ୍ପି ହୀରାଲାଲ୍ଙ୍କୁ ଗିରଫ କରାଯାଇଛି। ରାଜସ୍ଥାନ ସ୍ପେଶାଲ ଅପରେସନ୍ ଗ୍ରୁପ ଉକ୍ତ ରିସର୍ଟରେ ରେଡ୍ କରି ଡିଏସ୍ପିଙ୍କୁ ଗିରଫ କରିଛନ୍ତି। ଏହି ରିସର୍ଟରେ ସମ୍ପୃକ୍ତ ଡିଏସ୍ପି ଓ ମହିଳା କନଷ୍ଟେବଲ ଥିଲେ। ଯାହା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି, ଏକ ରିସର୍ଟର ସ୍ୱିମିଂ ପୁଲ୍ରେ ମହିଳା କନଷ୍ଟେବଲଙ୍କ ସହ ଡିଏସ୍ପି ଅଶ୍ଲୀଳ କାରନାମା କରୁଛନ୍ତି। ଏହି ସମୟରେ ସେମାନଙ୍କ ନିକଟରେ ଏକ ଛୋଟ ଛୁଆ ମଧ୍ୟ ଉପସ୍ଥିତ ଥିବା ନଜର ଆସୁଛି। ପୋଲିସ୍ ଅଧିକାରୀଙ୍କ ଏହି ଅଶ୍ଲୀଳ ଭିଡିଓ ଭାଇରାଲ୍ ହେବାପରେ ହଟଚମଟ ଆରମ୍ଭ ହୋଇଥିଲା | ଉକ୍ତ ମହିଳାଙ୍କ ସହ ଜଣେ ଛୋଟ ଛୁଆ ଥିବାରୁ ତାଙ୍କୁ ଗିରଫ କରାଯାଇ ନାହିଁ। ଗୁରୁବାର ବିଳମ୍ବିତ ରାତିରେ ଉକ୍ତ ରିସର୍ଟରେ ରେଡ୍ କରାଯାଇ ଡିଏସ୍ପି ହୀରାଲାଲ୍ଙ୍କୁ ଗିରଫ କରାଯାଇଥିଲା। ଭିଡିଓ ଭାଇରାଲ ପରେ ସମ୍ପୃକ୍ତ ମହିଳା କନଷ୍ଟେବଲଙ୍କ ସ୍ୱାମୀ ଥାନାରେ ମାମଲା ରୁଜୁ କରିବାକୁ ଯାଇଥିଲେ। ହେଲେ ମାମଲା ରୁଜୁ ହୋଇନଥିଲା ବୋଲି ଜଣାପଡ଼ିଛି। ଅଭିଯୋଗ ଆସିଛି ଯେ, ଭିଡିଓ ଭାଇରାଲ୍ ପରେ ମହିଳା କନଷ୍ଟେବଲଙ୍କ ସ୍ୱାମୀ ଥାନାରେ ପହଞ୍ଚି ଥିଲେ। ହେଲେ ଏହି ଘଟଣାରେ ଡିଏସ୍ପି ସମ୍ପୃକ୍ତ ଥିବାରୁ କୌଣସି ମାମଲା ରୁଜୁ ହୋଇନଥିଲା।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..