ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନା ମହାମାରୀ ଠାରୁରକ୍ଷା ପାଇବାପାଇଁ ଟୀକା ଦିଆଯାଉଛି | ବର୍ତ୍ତମାନ ସାମ୍ନାକୁ ଆସିଛି କି ଟୀକା ନେଲାପରେ ସୃଷ୍ଟି ହେଉନି ଆଣ୍ଟିବଡି | ଅଗଷ୍ଟରୁ ସେପ୍ଟେମ୍ବର ପ୍ରଥମ ସପ୍ତାହ ଭିତରେ ରାଜ୍ୟର ୬୦୦ ସାମ୍ପୁଲକୁ ଜେନମ ସିକ୍ୱେନ୍ସିଂ କରାଯାଇଥିଲା । ୪୨୫ ଡେଲ୍ଟା ଭାରିଏଣ୍ଟ ବାହାରିଥିଲା । ଅନ୍ୟ ସବୁ ସାମ୍ପଲ ଅନ୍ୟ ଭାରିଏଣ୍ଟର । କୌଣସି ନୂଆ ମ୍ୟୁଟେସନ ଚିହ୍ନଟ ହୋଇନି । ଟୀକା ନେଲା ପରେ ବି ୨୦% ଙ୍କ ପାଖରେ ସୃଷ୍ଟି ହେଉନି ଆଣ୍ଟିବଡି ବୋଲି କହିଛନ୍ତି ILS ନିର୍ଦେଶକ ଡକ୍ଟର ଅଜୟ ପରିଡ଼ା । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଅଧିକ ସାମ୍ପଲର ଜେନମ ସିକ୍ୱେନ୍ସିଂରେ ଓଡ଼ିଶା ଦେଶରେ ୪ ନମ୍ବର । ଜାନୁଆରୀରୁ ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ୬ ହଜାର ସାମ୍ପୁଲ ଜେନାମ ସିକ୍ୱେନ୍ସିଂ ହୋଇଛି । ଡବଲ ଡୋଜ ପରେ ବୁଷ୍ଟର କି ତୃତୀୟ ଡୋଜ ଦେବା ନେଇ ଚାଲିଛି ଅନୁଧ୍ୟାନ । ତେବେ ସମାନ କମ୍ପାନିର କିମ୍ବା ଅନ୍ୟ କମ୍ପାନିର ଡୋଜ ଦିଆଯିବ, ଏହାକୁ ନେଇ ବିଶ୍ଳେଷଣ କରାଯାଉଛି । ଖୁବଶୀଘ୍ର ଭାରତ ସରକାର ଏ ସମ୍ପର୍କରେ ଘୋଷଣା କରିବେ ।
Discussion about this post