ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୁଜରାଟ ମୁଖ୍ୟମନ୍ତ୍ରୀ ପଦବିରୁ ବିଜୟ ରୁପାନି ଇସ୍ତଫା ଦେବା ପରେ ଭୂପେନ୍ଦ୍ର ପଟେଲ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି । ଏହା ସହ ରାଜ୍ୟ ମନ୍ତ୍ରିମଣ୍ଡଳରେ ଅଦଳବଦଳ କରିବାକୁ ନିଷ୍ପତ୍ତି ନିଆଯାଇଛି । ମନ୍ତ୍ରିମଣ୍ଡଳ ଅଦଳ ବଦଳ କରିବା ଦ୍ୱାରା ଅଧିକାଂଶ ପୁରୁଣା ମନ୍ତ୍ରୀଙ୍କୁ କ୍ୟାବିନେଟ୍ରୁ ବିଦା ହେବାକୁ ପଡ଼ିବ । ମନ୍ତ୍ରିମଣ୍ଡଳରେ ପାଖାପାଖି ୯୦% ନୂଆ ଚେହେରା ରହିବେ । କ୍ୟାବିନେଟ୍ରେ ମହିଳା ମନ୍ତ୍ରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ। ପୁରୁଣା ମନ୍ତ୍ରୀ ବିଦା ହେବା କାରଣରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଏବଂ ଉପ ମୁଖ୍ୟମନ୍ତ୍ରୀ ନିତିନ ପଟେଲ ଏନେଇ ଅସନ୍ତୋଷ ଜାହିର କରିଛନ୍ତି। ତାଙ୍କର ଘନିଷ୍ଠ ନେତାମାନଙ୍କୁ ମନ୍ତ୍ରୀ ପଦବି ହରାଇବାକୁ ପଡୁଥିବା କାରଣରୁ ସେ ଆପତ୍ତି ଉଠାଇଛନ୍ତି। ଯାହା ଫଳରେ ବୁଧବାର ଅନୁଷ୍ଠିତ ହେବାକୁ ଥିବା ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ ଉତ୍ସବ ଗୋଟିଏ ଦିନ ଟଳିଯାଇଛି । ଗୁରୁବାର ଭୂପେନ୍ଦ୍ର ପଟେଲଙ୍କର ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଗୁରୁବାର ୨୭ ଜଣ ବିଧାୟକ ମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେବାର କାର୍ଯ୍ୟକ୍ରମ ରହିଛି । ଏମାନେ ସମସ୍ତେ ନୂଆ ଚେହେରା । କେବଳ ୨-୩ ଜଣଙ୍କୁ ବାଦ୍ ଦେଇ ପୂର୍ବରୁ ଥିବା ସମସ୍ତ ମନ୍ତ୍ରୀ ବିଦା ହେବେ । ଭୂପେନ୍ଦ୍ର ପଟେଲ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ସହ ନିତିନ ପଟେଲଙ୍କ ଉପ-ମୁଖ୍ୟମନ୍ତ୍ରୀ ଆସନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି । ପଟିଦାର ସମ୍ପ୍ରଦାୟରୁ ଉ






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..