ରିପୋର୍ଟ କାର୍ଡ / ଭୁବନେଶ୍ୱର
ହୀରାକୁଦ ଜଳଭଣ୍ଡାରରେ ୨୪ ଗେଟ୍ ଖୋଲା ଯାଇଛି | ବୁଧବାର ରାତି ସୁଦ୍ଧା ୨୪ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ଜାରିରହିଛି । ଆଜି ସକାଳ ୬ଟା ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ଏବେ ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୩୫ ହଜାର ୭୯୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୨୩ ହଜାର ୮୯ କ୍ୟୁସେକ୍ ବନ୍ୟା ଜଳ ନିଷ୍କାସନ ହେଉଛି। ଫଳରେ ମହାନଦୀରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ଆସିବାର ଆଶଙ୍କା କରାଯାଉଛି। ମହାନଦୀର ଶାଖାନଦୀ ସମେତ ବ୍ରାହ୍ଣଣୀ, ବୈତରଣୀ, ସୁବର୍ଣ୍ଣରେଖା ଆଦି ନଦୀର ଜଳସ୍ତର ଉପରେ ମଧ୍ୟ ନଜର ରଖାଯାଇଛି। ସେପଟେ ରାଜ୍ୟର ସମ୍ବଲପୁର-ସୋନପୁର ରାସ୍ତା ମାଳତୀଜୋର ବ୍ରିଜ୍ ଉପରେ ୨ ଫୁଟ ଉଚ୍ଚରେ ପାଣି ଚାଲୁଛି। ମୁଣ୍ଡଳି ଓ ନରାଜରେ ଜଳସ୍ତର ଓ ଜଳ ନିଷ୍କାସନ ନେଇ କଣ୍ଟ୍ରୋଲ ରୁମ୍ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ସକାଳ ୬ଟା ସୁଦ୍ଧା ମୁଣ୍ଡଳି ଠାରେ ୫,୯୬,୯୫୦ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ମୁଣ୍ଡଳି ଠାରେ ବିପଦ ସଙ୍କେତ ୯୭.୨୫ ଫୁଟ ଥିବାବେଳେ ଜଳସ୍ତର ୮୮.୯୦ ଫୁଟ ରହିଛି। ସେହିପରି ସକାଳ ୬ଟା ସୁଦ୍ଧା ନରାଜ ଠାରେ ୨,୯୫,୬୭୭ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ନରାଜରେ ବିପଦ ସଙ୍କେତ ୨୬.୪୧ ମିଟର ଥିବାବେଳେ ଜଳସ୍ତର ୨୫.୫୦ ମିଟର ରହିଛି।






More Stories
୯ ରେ ରାଷ୍ଟ୍ରୀୟ ଲୋକ ଅଦାଲତ……
ଓଡ଼ିଶାର ସଂସ୍କୃତି ପରମ୍ପରା ମହାନ…..
ପ୍ରବଳ ଘଡ଼ଘଡ଼ି ସହ ବିଜୁଳି…..