Report Card Odisha

| Daily Odia News

ଚଳନ୍ତା ବସରେ ନାବାଳିକାକୁ ଦୁଷ୍କର୍ମ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଚଳନ୍ତା ବସରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି | ଏଭଳି ଘଟଣା ଘଟିଛି ଯମୁନା ଏକ୍ସପ୍ରେସ୍‌ରେ | ଯାଉଥିବା ଏକ ଚଳନ୍ତା ସ୍ଲିପରକୋଚ୍ ବସ୍‌ରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ସୂଚନା ମିଳିଛି । ପୀଡ଼ିତାଙ୍କ ମାଆ ଏହି ଘଟଣା ପାଇଁ ବସ୍ କର୍ମଚାରୀଙ୍କୁ ଦାୟୀ କରିଛନ୍ତି। ଶିକୋହାବାଦ ଥାନାରେ ପୋଲିସ ବସ୍‌କୁ ଅଟକାଇ ଫୋରେନସିକ୍ ୟୁନିଟ ଏବଂ ଡଗ୍‌ ସ୍କ୍ୱାଡ୍‌ ଯାଞ୍ଚ କରିଛି। ଏହା ସହ ବସ୍ ଡ୍ରାଇଭରକୁ ମଧ୍ୟ ପଚରା ଉଚରା କରାଯାଇଛି। ସୂଚନାଯୋଗ୍ୟ ଏକ ସ୍ଲିପର କୋଚ୍ ବସ ସୋମବାର ରାତିରେ ଦିଲ୍ଲୀର ବଦରପୂର ବଡ଼ରରୁ ଅରାୟା ଅଭିମୁଖେ ଯାତ୍ରା କରିଥିଲା। ଶିକୋହାବାଦର ଜଣେ ମହିଳା ନିଜର ୧୫ ବର୍ଷୀୟ ଝିଅକୁ ନେଇ ବସ୍‌ରେ ଯାତ୍ରାକରୁଥିଲେ। ପୀଡ଼ିତାଙ୍କ ମାଆ ଅଭିଯୋଗ କରିଛନ୍ତି ଡ୍ରାଇଭର ସିଟର ପଛପଟ ସ୍ଲିପର ସିଟ୍‌ରେ ତାଙ୍କ ଝିଅକୁ ଅଭିଯୁକ୍ତମାନେ ଶୁଆଇ ଦେଇଥିଲେ। ବସ୍ ଭିତରେ ଲାଇଟ୍ ବନ୍ଦ ରହିଥିଲା ଏବଂ ଅନ୍ୟ ଯାତ୍ରୀ ମାନେ ସେ ସମୟରେ ଶୋଇ ପଡ଼ିଥିଲେ। ଜେବର ଟୋଲ ପାର୍ ହେବା ପରେ ବସ୍ କର୍ମଚାରୀମାନେ ତାଙ୍କ ଝଅକୁ ଦୁଷ୍କର୍ମ କରିଥିଲେ ତେବେ ରାତି ତିନିଟାରେ ଝିଅର ମାଆ ଜାଣିବା ପରେ ବସ୍‌କୁ ଅଟକାଇବାକୁ ଚେଷ୍ଚା କରିଥିଲେ ହେଲେ ବସ୍‌କୁ ଅଭିଯୁକ୍ତମାନେ ଅଟକାଇ ନଥିଲେ। ଆଗ୍ରାରେ ବସ୍‌ରୁ ଓହ୍ଲାଇଲା ପରେ ଅଭିଯୁକ୍ତମାନେ ଫେରାର୍ ହୋଇଯାଇଥିଲେ। ଏହି ଘଟଣା ସମ୍ପର୍କରେ ପରିବାର ସଦସ୍ୟଙ୍କୁ ସୂଚନା ଦେବାପରେ ମଙ୍ଗଳବାର ସକାଳେ ବସ୍‌ଟିକୁ ଶିଖୋହାବାଦର ପ୍ରତାପୁରା ଛକ ନିକଟରେ ଅଟକାଇ ପୋଲିସକୁ ସୂଚନା ଦିଆଯାଇଥିଲା। ଏହା ପରେ ପୋଲିସ୍ ଉକ୍ତ ବସ୍‌ଟିକୁ ଥାନାକୁ ନେଇଯାଇଥିଲା ଫୋରେନସିକ୍ ୟୁନିଟ ଏବଂ ଡଗ୍‌ ସ୍କ୍ୱାଡ୍‌ ବସରେ ତଦନ୍ତ କରିବା ସହ ପ୍ରମାଣ ଯୋଗାଡ଼ କରିଥିଲେ। ଘଟଣାସ୍ଥଳରେ ଏସ୍‌ପି ପହଞ୍ଚି ପୀଡ଼ିତାଙ୍କ ପାଖରୁ ଘଟଣା ବାବଦରେ ବୁଝିଥିଲେ। ଏହି ଘଟଣାରେ ବସ୍‌ ଡ୍ରାଇଭର୍‌କୁ ଗିରଫ କରାଯାଇଛି । ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି । ପୋଲିସ୍‌ ସେମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରଖିଛି ।

Breaking News