ରିପୋର୍ଟ କାର୍ଡ / ଭୁବନେଶ୍ୱର
ମୁକୁଳା ଡ୍ରେନ ନେଲାଣି ଅନେକ ଜୀବନ | ଗତ ରବିବାର ରାଜଧାନୀର ଜଣେ କୋମଳମତି ଶିଶୁ ଡ୍ରେନରେ ଭାସିଯାଇ ଅକାଳରେ ପ୍ରାଣହାରଇଛି | ଏହା ପରେ ଲାଗୁଛି କି ପ୍ରଶାସନର ଚେତାପଶିଛି | ତେଣୁ ଡ୍ରେନକାର୍ଯ୍ୟ କୁ ତ୍ୱରାନ୍ୱିତ କରିବାକୁ ତତ୍ପର ଦେଖାଇଛନ୍ତି | ରାଜ୍ୟରେ ଥିବା ସମସ୍ତ ଡ୍ରେନ ଡିଜାଇନ ବଦଳିବ । ଏହା ସହ କଟକ ଓ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମୁକୁଳାପଡିଥିବା ଡ୍ରେନ ଉପରେ ପଡ଼ିବ ସ୍ଲାବ । ମଙ୍ଗଳବାର ବିଧାନସଭାରେ ନଗର ଉନ୍ନୟନ ବିଭାଗର ଷ୍ଟାଣ୍ଡିଂ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ୩୦୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛଇ । ଏ ନେଇ ନଗର ଉନ୍ନୟନ ବିଭେଗ ପକ୍ଷରୁ ସୂଚନା ଦିଆଯାଇଛି । ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଧକ୍ଷତରେ ବସିଥିବା ଏହି ବୈଠକରେ ବିଧାୟକ ଅମର ପ୍ରସାଦ ଶତପଥୀ, ମହମ୍ମଦ ମୁକିମ, ଓ ନଗର ଉନ୍ନୟନ ବିଭାଗର ସଚିବ ଜି ମାଥି ଉପସ୍ଥିତ ଥିଲେ ।
Discussion about this post