ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ମଣ୍ଡପରେ ମାଆ ଦୁର୍ଗାଙ୍କ ଷଷ୍ଠୀ ପୂଜା। କରୋନା କଟକଣା ପାଇଁ ଏଥରବି ଫିକା ପଡିବ ଦଶହରା। ମଣ୍ଡପରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା କରାଯାଇଥିବାରୁ ଫେସବୁକ୍, ୟୁଟ୍ୟୁବ୍ ମାଧ୍ୟମରେ ପୂଜାର ଲାଇଭ୍ ବ୍ୟବସ୍ଥା କରିଛନ୍ତି ବିଭିନ୍ନ ପୂଜା କମିଟି। ସେପଟେ ଦେବୀ ପୀଠ ଗୁଡିକରେ ମାଆଙ୍କ ସପ୍ତମୀ ପୂଜା ହେଉଛି। ଗତକାଲି କଟକଚଣ୍ଡୀ ଓ ଗଡ଼ଚଣ୍ଡୀ ଗାୟତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ତେବେ ପ୍ରଶାସନର କରୋନା ପାଇଁ ଗତବର୍ଷ ଭଳି ଏବର୍ଷ ମଧ୍ୟ ଦଶହରା ପ୍ରସ୍ତୁତି ସମ୍ପୂର୍ଣ୍ଣ ଫିକା ହୋଇଯାଇଛି। ପାର୍ବଣ ବେଳରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରାଜ୍ୟ ସରକାର ପୂଜା ଗାଇଡଲାଇନ ଜାରି କରିଛନ୍ତି। ମଣ୍ଡପରେ ପୂଜା କରିବା ପୂର୍ବରୁ ସ୍ଥାନୀୟ ପ୍ରଶାସନ ଅନୁମତି ନେବେ କମିଟି। ମଣ୍ଡପର ୩ପଟୁ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସାମନା ପଟରେ ପରଦା ଲଗାଇବେ, ଯେପରି ଭକ୍ତ ମାଙ୍କ ଦର୍ଶନ ନକରିପାରିବେ। ମୂର୍ତ୍ତୀର ଉଚ୍ଚତା ସର୍ବାଧିକ ୪ଫୁଟ ରହିବ। କେବଳ ବିଧି ରକ୍ଷା ପାଇଁ ଏଥର ଦୁର୍ଗାପୂଜା ପାଳନ କରାଯାଉଛି।






More Stories
୧୩ରେ ରାଜ୍ୟ କ୍ୟାବିନେଟ୍……
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..