ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସୋମବାର ପୂର୍ବାହ୍ଣ ୧୧ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ମହାକାଶ ସଂଘ ଯୋଜନାର ଶୁଭାରମ୍ଭ କରିବେ। ଆଞ୍ଚଳିକ ଭିତ୍ତିରେ ମହାକାଶ ସମ୍ପର୍କିତ ଶିଳ୍ପକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ। ଏହାଦ୍ବାରା ଭାରତ ମହାକାଶ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏହି ଶିଳ୍ପ ସହ ଜଡିତ ବ୍ୟକ୍ତି ବିଶେଷଙ୍କ ସହ କଥା ହେବେ। ଭାରତୀୟ ମହାକାଶ ସଂଘ ଆଇଏସ୍ପିଏ ହେଉଛି ମହାକାଶ ଏବଂ ଉପଗ୍ରହ କମ୍ପାନୀମାନଙ୍କର ଅଗ୍ରଣୀ ଶିଳ୍ପ ସଂଘ ଯାହା ଭାରତୀୟ ମହାକାଶ ଶିଳ୍ପର ମିଳିତ ସ୍ୱର ହେବାକୁ ଇଚ୍ଛା କରେ । ଏହା ନୀତି ପ୍ରଚାର ଏବଂ ସରକାର ଓ ଏହାର ସହଯୋଗୀଙ୍କ ସମେତ ଭାରତୀୟ ମହାକାଶ ଡୋମେନ୍ର ସମସ୍ତ ହିତାଧିକାରୀଙ୍କ ସହ ଜଡିତ ହେବ । ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣକୁ ପ୍ରତିପାଦିତ କରି ଆଇଏସ୍ପିଏ ଉନ୍ନତ ବୈଷୟିକ ତଥା ମହାକାଶ କ୍ଷେତ୍ରରେ ଏକ ଅଗ୍ରଣୀ ଖେଳାଳି ଭାବେ ଭାରତକୁ ଆତ୍ମର୍ନିଭର କରିବାରେ ସାହାଯ୍ୟ କରିବ । ମହାକାଶ ଏବଂ ଉପଗ୍ରହ ଜ୍ଞାନକୌଶଳ କ୍ଷେତ୍ରରେ ଉନ୍ନତ ସାମର୍ଥ୍ୟ ସହିତ ଅଗ୍ରଣୀ ସ୍ୱଦେଶୀ ଓ ବିଶ୍ୱସ୍ତରୀୟ ନିଗମ ଗୁଡିକୁ ଆଇଏସ୍ପିଏ ପ୍ରତିନିଧିତ୍ୱ କରେ। ଏହାର ପ୍ରତିଷ୍ଠାତା ସଦସ୍ୟମାନଙ୍କ ମଧ୍ୟରେ ଲାର୍ସନ ଆଣ୍ଡ ଟୁବ୍ରୋ, ନେଲକୋ (ଟାଟା ଗ୍ରୁପ୍), ୱାନ ୱେବ, ଭାରତୀ ଏୟାରଟେଲ, ମ୍ୟାପମାଇଁଇଣ୍ଡିଅ ।, ୱାଲଚନ୍ଦନଗର ଶିଳ୍ପଗୋଷ୍ଠି ଏବଂ ଅନନ୍ତ ଟେକ୍ନୋଲୋଜି ଲିମିଟେଡ୍ ଅନ୍ତର୍ଭୁକ୍ତ । ଅନ୍ୟାନ୍ୟ ମୂଳ ସଦସ୍ୟମାନଙ୍କ ମଧ୍ୟରେ ଗୋଡ୍ରେଜ୍, ହ୍ୟୁଗେସ ଇଣ୍ଡିଆ, ଆଜିସ୍ତା-ବିଏସଟି ଏରୋସ୍ପେସ୍ ପ୍ରାଇଭେଟ ଲିମିଟେଡ୍, ବିଇଏଲ୍, ସେଣ୍ଟମ୍ ଇଲେକ୍ଟ୍ରୋନିକ୍ସ, ମ୍ୟାକ୍ସାର୍ ଇଣ୍ଡିଆ ଅନ୍ତର୍ଭୁକ୍ତ ।






More Stories
ଉତ୍ତର ପୂର୍ବ ରାଜ୍ୟରେ ବର୍ଷା ବିତ୍ପାତ : ୧୨୦ ମୃତ…..
ସଂସଦର ଉଭୟ ଗୃହ ୧୨ ଟା ଯାଏଁ ମଲତବୀ…..
ଓଡ଼ିଶାର ସାଂସଦଙ୍କ ସହ ଧର୍ମେନ୍ଦ୍ରଙ୍କ ବୈଠକ…..