ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କାଶ୍ମୀର ଉପତ୍ୟକାରେ ଚଳିତ ବର୍ଷ ଋତୁର ପ୍ରଥମ ତୁଷାର ପାତ ହୋଇଛି । ଜୋତି ଲା ପାସ୍ ସମେତ କାଶ୍ମୀର ଉଚ୍ଚ ପାର୍ବତ୍ୟାଞ୍ଚଳରେ ସୋମବାର ତୁଷାର ପାତ ହୋଇଥିବା ଲକ୍ଷ୍ୟ କରାଯାଇଛି । ଏଥିସହିତ ଗୁଲମାର୍ଗର କାଙ୍ଗଦୁରି, କାରନାର ସାଦନା ଟପ୍ ଏବଂ କୁପୱାରାର ଜେଡ-ଗଲି ମାଚିଲରେ ମଧ୍ୟ ତୁଷାର ପାତ ହୋଇଛି । ଉପତ୍ୟକାର ଅନ୍ୟାନ୍ୟ ଭାଗରେ ବର୍ଷା ହୋଇଛି । ଏହି ସମୟରେ ଅନନ୍ତନାଗ ଜିଲାରେ ଥିବା ପବିତ୍ର ଅମରନାଥ ଗୁମ୍ଫା ମନ୍ଦିରରେ ତୁଷାରପାତ ହୋଇଥିବା ଖବର ହସ୍ତଗତ ହୋଇଛି । ଏହାପରେ ସମୁଦାୟ ଜମ୍ମୁ କାଶ୍ମୀର ଓ ଲଦାଖରେ ତାପମାତ୍ରା ହ୍ରାସପାଇଛି । ଶ୍ରୀନଗରରେ ସର୍ବନିମ୍ନ ତାପମାତ୍ରା ୯.୮ ଡିଗ୍ରୀ ସେଲସିୟସ, ପହଲଗାମରେ ୬.୭, ଗୁଲମାର୍ଗରେ ୧.୫, ଜମ୍ମୁ ୨୦.୧, କାଟ୍ରା ୧୫.୮, ବନିହାଲ ୮.୦ ଏବଂ ଭାଦେରୱାରେ ତାପମାତ୍ରା ୯.୨ ଡିଗ୍ରୀ ସେଲସିସ ରେକର୍ଡ କରାଯାଇଛି । ଲେହରେ ୫.୬ ଇଞ୍ଚ ତୁଷାରପାତ ହୋଇଥିବାବେଳେ ଦ୍ରାସ ସହରରେ ୩.୧ ଇଞ୍ଚ ତୁଷାରପାତ ହୋଇଛି ।





More Stories
ଇଣ୍ଟରନେଟ୍ ସେବା ବନ୍ଦ……
ହାଇଦ୍ରାବାଦ ଯାଉଥିବା ବ୍ରିଟିଶ ଏୟାରୱେଜ୍ ବିମାନକୁ ବୋମା ଧମକ…..
ସମ୍ବିଧାନ ଉଚ୍ଛେଦ ପାଇଁ ପ୍ରସ୍ତାବ ଦେଉଛି ବିଜେପି……