ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସୋମବାର ଜମ୍ମୁ-କଶ୍ମୀରର ପୁଞ୍ଚ୍ ଜିଲ୍ଲାରେ ଜଣେ ଜେସିଓ ଏବଂ ୪ ଜଣ ଯବାନ ଆତଙ୍କବାଦୀଙ୍କ ସହିତ ମୁହାଁମୁହିଁ ହୋଇ ଶହୀଦ୍ ହୋଇଥିଲେ। ଏହାର ୨୪ ଘଣ୍ଟା ମଧ୍ୟରେ ମିଳିତ ସୁରକ୍ଷାକର୍ମୀଙ୍କ ଅଲ୍ ଆଉଟ୍ ଅପରେଶନ ସଫଳ ରହିଛି। ଏନ୍କାଉଣ୍ଟରରେ ୬ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରେ ଅନନ୍ତନାଗରେ ଜଣେ, ବନ୍ଦିପୋରାରେ ଜଣେ, ଶୋପିଆନ୍ରେ ୪ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ମିଳିତ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ଗଡ଼ିଛି। ମଙ୍ଗଳବାର ସକାଳେ ଶୋପିଆନ୍ର ଫେରିପୋରାରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏହା ପୂର୍ବରୁ ସୋମବାର ବିଳମ୍ବିତ ରାତ୍ରିରେ ଶୋପିଆନ୍ର ତୁଲରାନ୍ ଅଞ୍ଚଳରେ ଏନ୍କାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।






More Stories
ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଅପଡେଟ୍ କଲା ହସ୍ପିଟାଲ….
ବଦଳିଲା NDA ସଂସଦୀୟ ଦଳର ନାମ…..
ISROର ସାଇଣ୍ଟିଷ୍ଟ ଚାକିରି ଛାଡିଲେ: ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ……