Report Card Odisha

| Daily Odia News

ଦୁର୍ନୀତିକୁ ସହ୍ୟ କରାଯିବ ନାହିଁ:ପ୍ରଧାନମନ୍ତ୍ରୀ ମୋଦି……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ କୌଣସି ପ୍ରକାର ଦୂର୍ନୀତିକୁ ସହ୍ୟ କରାଯିବ ନାହିଁ। ଏଭଳି କାର୍ଯ୍ୟ ସହିତ ଲିପ୍ତ ଥିବା ବ୍ୟକ୍ତି ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ତାଙ୍କ ପ୍ରତି ଦଣ୍ଡବିଧାନ କରାଯିବାରେ ହେଳା ପ୍ରଦର୍ଶନ କରାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରୀୟ ସତର୍କତା ଆୟୋଗ (ସିଭିସି) ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ସଂଯୁକ୍ତ ସମ୍ମିଳନୀରେ ଯୋଗ ଦେଇ କହିଛନ୍ତି। ଦୁର୍ନୀତି ଛୋଟ ଅବା ବଡ଼ ହେଉ, ଏହା ଦେଶର ନାଗରିକଙ୍କୁ ବିଭିନ୍ନ ସେବାର ସୁଯୋଗରୁ ବଞ୍ଚିତ କରିଥାଏ। ସେହିପରି ଦେଶର ପ୍ରଗତିରେ ବାଧା ସୃଷ୍ଟି କରିବା ସହିତ ସାମୁହିକ ଶକ୍ତିକୁ ପ୍ରଭାବିତ କରିଥାଏ। ଦେଶକୁ ଏବଂ ଗରିବଙ୍କୁ ଲୁଟୁଥିବା ଲୋକଙ୍କୁ କେବେ ମଧ୍ୟ ଛାଡ଼ି ଦିଆଯିବ ନାହିଁ। ଏହା ସହିତ ପ୍ରଧାନମନ୍ତ୍ରୀ ପୂର୍ବର ସରକାରଙ୍କୁ ଟାଗେର୍ଟ କରିଛନ୍ତି। ପୁରୁଣା ସରକାର ଦୁର୍ନୀତି ଖୋରଙ୍କୁ ଦଣ୍ଡ ଦେବାରେ ଟାଳଟୁଳ ନୀତି ଗ୍ରହଣ କରୁଥିଲେ। ସେତେବେଳେ ପ୍ରଶାସନିକ ଏବଂ ରାଜନୈତିକ କ୍ଷେତ୍ରରେ ଇଛାଶକ୍ତି କମ୍‌ ଥିଲା। ମାତ୍ର ଭାଜପା ନେତୃତ୍ୱାଧୀନ ସରକାରରେ ଏଭଳି ହେଉ ନାହିଁ। ଏବେ ଦୁର୍ନୀତି ବିରୋଧରେ ପ୍ରଶାସନିକସ୍ତରରେ ନିରନ୍ତର ସୁଧାର ଜାରି ରହିଛି। ଫଳରେ ସାଧାରଣ ନାଗରିକଙ୍କ ମଧ୍ୟରେ ସରକାରଙ୍କ ନୀତି ପ୍ରତି ବିଶ୍ୱାସ ବଢ଼ିବାରେ ଲାଗିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

 

Breaking News