Report Card Odisha

| Daily Odia News

ବଦନାମ ଭୟରେ ମମିତାଙ୍କୁ ହତ୍ୟାକରିଛି ଗୋବିନ୍ଦ ସାହୁ……

ରିପୋର୍ଟ କାର୍ଡ / ବଲାଙ୍ଗୀର

କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ସ୍କୁଲର ଶିକ୍ଷୟତ୍ରୀ ମମିତା ମେହେର ମର୍ଡର ମିଷ୍ଟ୍ରିର ଖୁଲାସା ହୋଇଛି । ଏହି ଘଟଣାରେ ଗୋବିନ୍ଦ ସାହୁ ହିଁ ହତ୍ୟାକାରୀ । ଗୋବିନ୍ଦ ଯୋଜନାବଦ୍ଧ ଭାବେ ମମିତାଙ୍କୁ ହତ୍ୟା କରାଯାଇଥିବା ନେଇ ସୂଚନା ମିଳିଛି । ଏନେଇ ବଲାଙ୍ଗୀର ପ୍ରେସମିଟ୍ ଜରିଆରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଗଣମାଧ୍ୟମ ସମ୍ମୁଖରେ ରଖିଛନ୍ତି ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର । ଡିଆଇଡି କହିଛନ୍ତି, ମମିତା ମେହେରଙ୍କୁ ଗୋବିନ୍ଦ ସାହୁ ହିଁ ହତ୍ୟା କରିଛି । ହତ୍ୟା ମାମଲାରେ ପ୍ରାଥମିକ ତଦନ୍ତ ସରିଛି । ମମିତାଙ୍କୁ କାର୍‌ ଭିତରେ ହତ୍ୟା କରାଯାଇଛି । ତଣ୍ଟି ଚିପି ହତ୍ୟା ନା ଅନ୍ୟ ଉପାୟରେ ହତ୍ୟା କରାଯାଇଛି ସ୍ପଷ୍ଟ ହୋଇନି । ଗୋବିନ୍ଦ ନିଜ ପରକୀୟା ପ୍ରୀତି ପ୍ରଘଟ ହେବା ଆଶଙ୍କାରେ ହତ୍ୟା କରିଛି । ହତ୍ୟା ପରେ କାର୍‌ରେ ମୃତଦେହ ନିଆଯାଇଥିଲା । କାର୍‌ରେ ମୃତଦେହକୁ ମହାଲିଙ୍ଗକୁ ନେଇଥିଲେ ଦୁର୍ବୃତ୍ତ । ସେଠାରେ କାର୍ଡ ବୋର୍ଡ ଓ ଟାୟାର ଜାଳି ମୃତଦେହ ପୋଡି ଦେଇଥିଲେ । ଏହାପରେ ଷ୍ଟାଡିୟମ ପରିସରରେ ପୋତି ଦେଇଥିଲେ ପୋଡା ମୃତଦେହ । ଭବାନୀପାଟଣା ସ୍ଥାନୀୟ ଅଞ୍ଚଳରେ ୪୫ରୁ ୬୦ କିମି ଯାଏ CCTV ଯାଞ୍ଚ କରିଥଲା ପୋଲିସ । ସିସିଟିଭି ଫୁଟେଜ ଜରିଆରେ ଅନେକ ତଥ୍ୟ ହାସଲ ହୋଇଛି । ଯଥେଷ୍ଟ ପ୍ରମାଣ ଆଧାରରେ ଜଣଙ୍କୁ ଗିରଫ କରାଯାଇଛି । ତଦନ୍ତରୁ ଅନେକ ତଥ୍ୟ ମିଳିଛି । ଆହୁରି କିଛି ତଥ୍ୟ ମିଳିବ ବୋଲି ଆଶଙ୍କା କରାଯାଉଛି ବୋଲି ଡିଆଇଜି କହିଛନ୍ତି । ଫାଷ୍ଟଟ୍ରାକ୍ କୋର୍ଟରେ ଶୁଣାଣି ହେବ, ଖୁବଶୀଘ୍ର ଚାର୍ଜସିଟ୍ କରାଯିବ । ଅଧିକ ପଚରାଉଚରା ପାଇଁ ରିମାଣ୍ଡ ଆବେଦନ କରାଯାଇଛି

Breaking News