ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁକଶ୍ମୀର ସୋପିଆଁ ଅଞ୍ଚଳରେ ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ଆତଙ୍କୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ବନ୍ଧରେ ଖବର ପାଇବା ପରେ ଦ୍ରାଗଦ ଅଞ୍ଚଳରେ ସେନା ପକ୍ଷରୁ ସର୍ଚ୍ଚ ଆଣ୍ଡ କର୍ଡନ ଅଭିଯାନ ଚାଲିଥିଲା ।ଏନକାଉଣ୍ଟ କରିବା ସମୟରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ନିହତ ଆତଙ୍କବାଦୀ ମଧ୍ୟରୁ ଜଣେ ହେଉଛନ୍ତି ଆଦିଲ୍ ୱାନି। ଅନ୍ୟ ଜଣେ ଆତଙ୍କବାଦୀର ପରିଚୟ ମିଳିପାରିନାହିଁ।ଏହି ଆତଙ୍କବାଦୀ ଜଣକ ପୁଲୱାମାର ଜଣେ ଶ୍ରମିକଙ୍କ ହତ୍ୟା କାଣ୍ଡରେ ସମ୍ପୃକ୍ତ ଥିଲେ।ଅନ୍ୟପଟେ ପୋଲିସର କହିବା ଅନୁସାରେ ଜମ୍ମୁ କଶ୍ମୀର ସାଧାରଣ ନାଗରିକ ହତ୍ୟା ପରେ ହୋଇଥିବା ୮ଟି ଏନକାଉଣ୍ଟରରେ ୧୫ଜଣ ଆତଙ୍କବାଦୀ ନିପାତ ହେଲେଣି।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……