ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜସ୍ଥାନର କ୍ୟାବିନେଟ୍ ମନ୍ତ୍ରୀ ହରିଶ ଚୌଧୁରୀଙ୍କୁ ପଞ୍ଜାବ-ଚଣ୍ଡିଗଡ଼ ପାଇଁ ପ୍ରଭାରୀ ଦାୟିତ୍ବ ଦେଇଛି କଂଗ୍ରେସ । ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ବତଙ୍କ ସ୍ଥାନ ନେଲେ ହରିଶ ଚୌଧୁରୀ । କଂଗ୍ରେସ ରାଓ୍ବତଙ୍କୁ ଉଭୟ ସାଧାରଣ ସମ୍ପାଦକ ଏବଂ ପ୍ରଭାରୀ ପଦରୁ ମୁକ୍ତି ଦେଇଛି। ସେ ଏବେ କେବଳ କଂଗ୍ରେସ କାର୍ଯ୍ୟ ସମିତିରେ ସଦସ୍ୟ ହୋଇ ରହିବେ। କଂଗ୍ରେସର ସଙ୍ଗଠନ ମହାସଚିବ କେସି ବେଣୁଗୋପାଳଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରୁ ଜଣାପଡ଼ଛି, ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହରିଶ ଚୌଧୁରୀଙ୍କୁ ନିଯୁକ୍ତ କରିଛନ୍ତି। ପଞ୍ଜାବ କଂଗ୍ରେସରେ ଚାଲିଥିବା ହଲଚଲ୍ ମଧ୍ୟରେ ପ୍ରଭାରୀ ପଦରୁ ମୁକ୍ତି ଚାହୁଁଥିଲେ ରାଓ୍ବତ। ଉତ୍ତରାଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଧ୍ୟାନ ଦେବା ପାଇଁ ପଞ୍ଜାବ କଂଗ୍ରେସ ପ୍ରଭାରୀ ପଦ ଛାଡ଼ିବାକୁ ହରିଶ ରାଓ୍ବତ ଚାହୁଁଥିଲେ। ପରେ ରାଓ୍ବତଙ୍କ ଦାବି ମାନି ନେଇଛନ୍ତି କଂଗ୍ରେସ ହାଇ କମାଣ୍ଡ। ଅନ୍ୟପଟେ ସିଦ୍ଧୁ ଏବଂ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ମଧ୍ୟରେ ତୁତୁମେଁମେଁ ଚାଲିଥିବା ବେଳେ ଅମରିନ୍ଦର ସିଂହଙ୍କ ନୂଆ ପାର୍ଟି ନେଇ ଘୋଷଣା କଂଗ୍ରେସର ଚିନ୍ତା ବଢ଼ାଇଛି। ଏହାରି ଭିତରେ ନୂଆ ପ୍ରଭାରୀ ହରିଶ ଚୌଧୁରୀଙ୍କ ରାସ୍ତା ସଫା ଥିଲା ଭଳି ମନେ ହେଉନାହିଁ ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..